News World Odisha
Current News Updates

ଧନତେରସର ମହତ୍ୱ

0 322

Get real time updates directly on you device, subscribe now.

ଦୀପାବଳିର ଦୁଇଦିନ ପୂର୍ବରୁ ଅର୍ଥାତ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତି ବର୍ଷ କୃଷ୍ଣ ପକ୍ଷ ତ୍ରୟୋଦେଶୀ ତିଥିରେ ଧନତେରସ ପଡିଥାଏ | ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠେ ସୁନା ଗହଣା ଦୋକାନ ଗୁଡିକ | ଏହି ପର୍ବଟି ସମଗ୍ର ଭାରତବର୍ଷରେ ଏବଂ ବିଦେଶରେ ମଧ୍ୟ ସମ୍ପୂର୍ଣ୍ଣ ଆଡମ୍ବର ସହ ପାଳନ କରାଯାଏ ।


ଧନତେରସ ଧନ ସମ୍ପତି ସହ ସମ୍ବନ୍ଧିତ ଅଟେ ଏବଂ ଲୋକମାନେ ଏହି ଦିନରେ ସୁନା ରୁପା ଗହଣା, ବାସନକୁସନ କିମ୍ବା ମୁଦ୍ରା ଇତ୍ୟାଦି କିଣିଥାନ୍ତି । ଧାତୁର ତିଆରି କିଛି ଜିନିଷ କିଣିବା ଏହି ପର୍ବର ମୁଖ୍ୟ ତାତ୍ପର୍ଯ୍ୟ ଅଟେ । ସୁନା କିଣିବା ପଛରେ ଥିବା ମୁଖ୍ୟ କାରଣ ଏହା ଯେ, ଏହି ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ଏବଂ ନକାରାତ୍ମକ ଶକ୍ତିକୁ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହା ନିଜ ଘରକୁ ଧନ ଏବଂ ସମୃଦ୍ଧିର ଦେବୀ ମହାଲକ୍ଷ୍ମୀଙ୍କ ସ୍ୱାଗତ କରିବା ଏବଂ ତାହାଙ୍କ ଆଶୀର୍ବାଦ ପାଇବାର ସୁଯୋଗ ବୋଲି ଧରିନିଆଯାଏ  |

ଭାରତୀୟ ଇତିହାସରେ ସୁନା କେବଳ ଅର୍ଥ ବିନିଯୋଗ ନୁହେଁ ତାହାଠାରୁ ଅଧିକ କିଛି ଅଟେ, ଏହା ଏକ ସାଂସ୍କୃତିକ ରୂପେ ମହତ୍ତ୍ୱପୂର୍ଣ୍ଣ ଧାତୁ ଅଟେ, ଯାହା ଭାରତୀୟଙ୍କ ଘରେ ବିଶେଷ ସ୍ଥାନ ପାଇଛି । ଧନତେରସକୁ କେବଳ ଧନ ସମ୍ପତ୍ତି ନୁହେଁ କିନ୍ତୁ ସ୍ୱାସ୍ଥ୍ୟ, ଧନ ବିଭବ ଏବଂ ଆନନ୍ଦ ଉଲ୍ଲାସ ପରି ସବୁପ୍ରକାର ସମୃଦ୍ଧି ଜୀବନରେ ଭରି ରହୁ ଏହି ପ୍ରକାର କାମନାର ସହ ପାଳନ କରାଯାଏ ।

Get real time updates directly on you device, subscribe now.

Comments
Loading...