News World Odisha
Current News Updates

୮ମାସର ଶିଶୁ କନ୍ୟା ଗିଳି ଦେଇଥିଲା ଏଲଇଡି ବଲ୍ । ଡାକ୍ତର ଜୀବନ ବଞ୍ଚାଇଲେ ଏମିତି…

0 268

ମଣିଷମାନଙ୍କ ପାଇଁ ଜୀବନ୍ତ ଭଗବାନ କୁହାଯାଉଥିବା ଡାକ୍ତର ଆଜି ପୁଣି ଥରେ ନିଜକୁ ପ୍ରମାଣିତ କରି ଦେଖେଇଛନ୍ତି। ଡାକ୍ତରମାନେ ସବୁବେଳେ ବିଭିନ୍ନ ପରିସ୍ଥିତିର ସାମ୍ନା କରି ଆସିଛନ୍ତି। ନିକଟରେ ସେ ଏମିତି ଏକ ଅସାମାନ୍ୟ ପରିସ୍ଥିତିର ସାମ୍ନା କରି ୮ମାସର ଝିଅ ପାଟିରୁ ଗୋଟେ ଏଲଇଡି ବଲ୍ କୁ ବାହାର କରିଛନ୍ତି।

ଘଟଣାଟି ହେଉଛି ବ୍ରଜରାଜନଗରର ଯେଉଁଠାରେ ଗୋଟେ ୮ମାସର ଝିଅଟି ଶ୍ୱାସ ନେବାରେ କଷ୍ଟ ପାଉଥିବାରୁ ତାକୁ ନିକଟରେ ଥିବା ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ବିଭିନ୍ନ ଚିକିତ୍ସା ପରେ ମଧ୍ୟ ଝିଅଟିର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିନଥିଲା। ପରେ ଝିଅଟିର କଷ୍ଟକୁ ଦେଖି ଅଭିଭାବକ ତାକୁ ଭୁବନେଶ୍ୱରର ଏକ ଘରୋଇ  ହସପିଟାଲକୁ ନେଇ ଆସିଥିଲେ ଯେଉଁଠାରେ ଝିଅଟି ଏଲଇଡି ବଲ ଗିଳିଦେଇଥିଲା ଏବଂ ବଲବଟି ଶ୍ୱାସ ନଳିରେ ଅଟକିଥିବା କଥା ଜଣାପଡିଥିଲା। ୮ମାସର ଶିଶୁ ପାଟିରୁ ଏଲଇଡି ବଲ୍ ବାହାର କରିବା ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଥିଲା। କାରଣ ୮ ମାସର ଶିଶୁର ଶ୍ୱାସ ନଳି ଖୋଜି ସେଥିରୁ ବଲ୍ ବାହାର କରିବା ଥିଲା ବିପଦଜନକ। ଏତେ ସବୁ ବାଧାପରେ ମଧ୍ୟ ଡଃ ଏସ ଗୁପ୍ତା,ଡଃ ଏସ କେ ପ୍ରଧାନ,ଡଃ କେ କେ ଜେନା,ଡଃ ଜିତେନ୍ଦୁ ମହାନ୍ତିଙ୍କ ପରିଶ୍ରମ ଦ୍ୱାରା ବଞ୍ଚିଯାଇଛି ଗୋଟେ ନିରିହ ଜୀବନ। 8ମାସର ଶିଶୁ କନ୍ୟା ପାଟିରୁ ବଲ୍ କୁ ବାହାର କରି ତାକୁ ଦେଇଛନ୍ତି ଏକ ନୂଆ ଜୀବନ। ଏବେ ଶିଶୁଟି ସୁସ୍ଥଥିବା ମେଡିକାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments
Loading...