News World Odisha
Current News Updates

ଝାଡ଼ଖଣ୍ଡୀ ହାତୀ ଉପଦ୍ରବ

0 41

ମୟୂରଭଞ୍ଜ ଜିଲ୍ଲା ମୋରଡା ଓ ଶୁଳିଆପଦା ରେଞ୍ଜରେ ଝାଡଖଣ୍ଡି ହାତୀ ଉପଦ୍ରବ । ଧାନକଟା ସମୟ ହୋଇଥିବା ବେଳେ ଫସଲ ଖାଇବା ପାଇଁ ଗାଁ ଭିତରକୁ ପସି ଆସିଛନ୍ତି ହାତୀପଲ । ହାତୀ କାହାର ଫସଲ ଖାଉଛନ୍ତି ତ କାହାର ଘର ଭାଙ୍ଗୁଛି | କିଏ ପୁଣି ହାତୀ ହାବୁଡରେ ପଡି ପ୍ରାଣ ହରାଉଛି । ମରଡା ବ୍ଲକ ସରାଶୋଳ ଗାଁରେ ବିଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ମୋରଡା ବ୍ଲକ ପାରିଆକୁଲି ଗାଁର ନାରାୟଣ ଟୁଡୁ । ଗତକାଲି ଅଜାଣ ଗାଁରେ ହାତୀ ଭୁଦାନ ସୋରେନ୍ ଓ ବୁଦ୍ଧିଆ ମୁର୍ମୁଙ୍କ ଘର ଭାଙ୍ଗିଥିବା ଜଣାପଡିଛି । ଗାଁରେ ହାତୀ ବୁଲୁଥିବା ବେଳେ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments
Loading...