News World Odisha
Current News Updates

ଖାଇବା ଥାଳିରୁ ଉଭାନ୍ ହେବ କି ଡାଲି !

0 161

Get real time updates directly on you device, subscribe now.

 

କାର୍ତ୍ତିକ ମାସରେ ଖାଉଟିଙ୍କ ମୁଣ୍ଡରେ ଡାଲି ଚଡ଼କ । ରାତାରାତି ପ୍ରତ୍ୟେକ ଡାଲି ଦର କିଲୋ ପିଛା ୧୦ରୁ ୧୫ ଟଙ୍କା ବୃଦ୍ଧି ପାଇଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଦରବୃଦ୍ଧି ଲାଗି ସରକାରଙ୍କ ନୀତିକୁ ଦାୟୀ କରିଛନ୍ତି ବ୍ୟବସାୟୀ । ଆଗକୁ ଦର ଆହୁରି ବଢ଼ିବ ବୋଲି କହିଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ହବିଷ୍ୟାଳିଙ୍କଠାରୁ ଆରମ୍ଭ କରି ସାଧାରଣ ଖାଉଟି ସମସ୍ତଙ୍କ ଖାଦ୍ୟର ମୁଖ୍ୟ ମେନ୍ୟୁ ଡାଲି ହୋଇଥିବାବେଳେ ଦରବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଛି ହାଣ୍ଡିଶାଳ । ଦୁଇଦିନ ତଳେ ହରଡ଼ ଡାଲି ଦର ଥିଲା ୫୩ ଟଙ୍କା । ଏବେ କିଲୋ ପିଛା ୭୦ ଟଙ୍କା । ମୁଗଡାଲି ଥିଲା ୬୧, ଏବେ  ୭୦ । ବିରି ୫୨ ଟଙ୍କା ଥିବାବେଳେ ଏବେ ୬୫ ଟଙ୍କା । ବୁଟ ୫୩ ଥିବାବେଳେ ଏବେ ୬୧ ଟଙ୍କା  ମଟର ୫୩ ଓ ମସୁର ଡାଲି ୫୦ ଟଙ୍କାରେ ବିକ୍ରି ହେଉଛି । ଆଉ ଖୁଚୁରା ବଜାରରେ ସବୁ ଡାଲିର ଦର ପାଇକାରୀଠୁ ୫ରୁ ୭ ଟଙ୍କା ଉଚ୍ଚା ରହିଛି । ସେପଟେ ରାତାରାତି ଦରବୃଦ୍ଧି ଲାଗି ସରକାରଙ୍କ ନୀତିକୁ ଦାୟୀ କରିଛନ୍ତି ବ୍ୟବସାୟୀ । ଚଳିତବର୍ଷ ସରକାର ଡାଲି ଜାତୀୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି  ପ୍ରାୟ ୧୫ଶହ ଟଙ୍କା ବୃଦ୍ଧି କରିଛନ୍ତି । ସେହି ଅନୁସାରେ କଞ୍ଚା ହରଡ଼, ମୁଗ, ବିରି, ମଟର ଭଲି ଶସ୍ୟର ମୂଲ୍ୟ ବଢ଼ିଲେ ବଜାରରେ ଦର ଆହୁରି ବଢ଼ିବ । ତେବେ ବର୍ତ୍ତମାନ ବ୍ୟବସାୟୀ ଏମଏସପିଠୁ କମ୍‌ ଦରରେ ଡାଲି ବିକ୍ରୀ କରୁଛନ୍ତି । ନୂଆ ଦର ଲାଗିଲେ କିଲୋ ପିଛା ଦର ଆହୁରି ଅଧିକ ୫ରୁ ୭ ଟଙ୍କା ବଢ଼ିବ ବୋଲି କହିଛି ବ୍ୟବସାୟୀ ମହାସଂଘ । ଦରବୃଦ୍ଧି ନିୟନ୍ତ୍ରଣ ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।

Get real time updates directly on you device, subscribe now.

Comments
Loading...