News World Odisha
Current News Updates

ଓଡିଶାଠୁ ଶିଖନ୍ତୁ ଅନ୍ୟ ରାଜ୍ୟ

ଓଡିଶା ଏବେ ସ୍ପୋର୍ଟ୍ସର ନୂଆ ଡେଷ୍ଟିନେସନ୍ ହବ୍

0 354

ବିଶ୍ୱମାନଚିତ୍ରରେ ଓଡିଶା ପାଲଟିଛି ବ୍ରାଣ୍ଡେଡ୍ ସ୍ପୋର୍ଟ୍ସ ହବ୍। ମନ୍ଦିର ମାଳିନୀ ଭୁବନେଶ୍ୱରର ପାଇଛି ଦେଶର ପ୍ରମୁଖ ସ୍ପୋର୍ଟ୍ସ ଡେଷ୍ଟିନେସନର ମାନ୍ୟତା । ବଦଳିଛି ରୂପରେଖ, ଆଗେଇଛି ସମୃଦ୍ଧି ଆଉ ଏହାରି ମଧ୍ୟରେ ଓଡ଼ିଶାକୁ ମିଳିଛି ନୂଆ ଏକ ପରିଚୟ। ଅଳ୍ପ କିଛି ଦିନ ମଧ୍ୟରେ ସାରାବିଶ୍ୱରେ କ୍ରୀଡ଼ା  କ୍ଷେତ୍ରରେ ଓଡ଼ିଶା ସୃଷ୍ଟି କରିଛି ଏକ ନୂଆ ଅଧ୍ୟାୟ।

ଯଦି ହିନ୍ଦୁସ୍ଥାନକୁ ସ୍ପୋର୍ଟ୍ସରେ ଅଗ୍ରଗତି କରିବାର ଅଛି ତେବେ ଓଡ଼ିଶା ଠାରୁ ଶିଖିବାର ଅଛି। କ୍ରୀଡ଼ା ପାଇଁ ଏବେ ଓଡ଼ିଶା ସରକାର ଯେଉଁଭଳି ପଦକ୍ଷେପ ଉଠାଇଛନ୍ତି ଏହାକୁ ଦେଶର ସବୁ ରାଜ୍ୟ ଅନୁସରଣ କରିବା ଉଚିତ ବୋଲି କହିଛନ୍ତି ଅନ୍ତର୍ଜାତୀୟ ହକି ଫେଡରେସନର ସଭାପତି ନରିନ୍ଦ୍ରର ବାତ୍ରା । ଏହାସହ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଭୁରି ଭୁରି  ପ୍ରଶାଂସା କରିଛି।

କେବଳ ନରିନ୍ଦ୍ରର ବାତ୍ରା ନୁହଁନ୍ତି ବ୍ୟାଡ଼ମିଣ୍ଟନ ଦ୍ରୋଣାଚାର୍ଯ୍ୟ ପୁଲେଲା ଗୋପିଚାନ୍ଦ, ଅଲିମ୍ପିଆନ ତଥା ଖ୍ୟାତନାମା ସୁଟର ଗଗନ ନାରଙ୍ଗ ଓ ପୂର୍ବତନ ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ଅନିଲ କୁମ୍ବଲେ କ୍ରୀଡ଼ାପ୍ରତି ଥିବା ଅବଦାନ ପାଇଁ  ରାଜ୍ୟସରକାରଙ୍କୁ ପ୍ରଶଂସା କରିବାକୁ ଭୁଲିନାହାଁନ୍ତି।

ଯେତେବେଳେ ୬ରୁ ଅଧିକ ରାଜ୍ୟ ଖୁବ୍‌ କମ୍‌ ସମୟ ମଧ୍ୟରେ ଏସିଆନ ଆଥଲେଟିକ୍‌ ଚାମ୍ପିୟନସିପର ଆୟୋଜନ କରିବାକୁ ମନାକରିଦେଇଥିଲେ ସେତେବେଳେ ଏ ବଡ଼ ଦାୟିତ୍ୱ ନେଇଥିଲେ ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ଇଚ୍ଛା ଶକ୍ତି ବଳରେ ମାତ୍ର ୯୦ ଦିନରେ ପ୍ରସ୍ତୁତ ହେଲା ପରିବେଶ ଏବଂ ୨୦୧୭ ଜୁଲାଇ ମାସରେ ସଫଳତାର ସହ ଆୟୋଜନ ହେଲା ୨୨ ତମ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିଅନସିପ୍‌ । ସାରା ବିଶ୍ୱରେ ଭାରତର ନାଁକୁ ଆହୁରି ଚମକାଇଲା ଓଡ଼ିଶା ।

ଏହାପରେ ହକି ଇଣ୍ଡିଆନଲିଗ୍‌ ଓ ୱାର୍ଲଡ ହକି ଲିଗ ଫାଇନାଲର ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଲା କଳିଙ୍ଗ ଷ୍ଟାଡିୟମରେ। ଏହାର କିଛି ଦିନ ମଧ୍ୟରେ ଭାରତୀୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ହେଲା ଓଡ଼ିଶା। ଓଡ଼ିଶା ଲେଖାଥିବା ଜର୍ସି ପିନ୍ଧି ସାରା ବିଶ୍ୱରେ ଖେଳିଲେ ଭାରତୀୟ ଖେଳାଳି । ପୂର୍ବରୁ ଯେଉଁ ଓଡ଼ିଶାରୁ ଦିଲ୍ଲୀପ ତିର୍କୀଙ୍କ ଠାରୁ ଆରମ୍ଭ କରି ଇଗନେସ୍‌ ତୀର୍କି, ପ୍ରବୋଧ ତୀର୍କୀ, ଲାଜାରୁଜ ବାର୍ଲା ପ୍ରମୁଖ ଅନ୍ତର୍ଜାତୀୟ ଖେଳାଳି ବାହାରିଛନ୍ତି ଏବେ ତାହା ହିଁ ହୋଇଛି ହକି ଡେଷ୍ଟିନେସନ୍‌।

କ୍ରୀଡା କ୍ଷେତ୍ରରେ ସଫଳତା ଏଇଠି ସରିନି, ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ୱକପ୍‌। ସାରା ବିଶ୍ୱର ନଜର ରହିବ ଭୁବନେଶ୍ୱର ଉପରେ। ବହୁ ବଡ଼ ବଡ଼ ରାଷ୍ଟ୍ରର ଖେଳାଳି ଏଠାରେ ଅଂଶଗ୍ରହଣ କରିବେ। ଓଡ଼ିଶାର ନାଁରେ ଯୋଡ଼ିହେବ ଆଉ ଏକ ସଫଳତାର ଫର୍ଦ୍ଦ।

 

Get real time updates directly on you device, subscribe now.

Comments
Loading...