News World Odisha
Current News Updates

କେଶ ଝଡୁଛି କି ? ତେବେ ଆପଣାନ୍ତୁ ଏହି ସହଜ ଉପାୟ

0 360

Get real time updates directly on you device, subscribe now.

ଆଜକାଲି ର ଯୁବପିଢ଼ି କେଶ ଝଡ଼ିବା ସମସ୍ୟା ନେଇ ଖୁବ୍ ଚିନ୍ତିତ । ସେଥିପାଇଁ ଡାକ୍ତରଙ୍କଠାରୁ ଆରମ୍ଭ କରି ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ଅନେକ ବହୁ ସମୟରେ ଏଥି ପାଇଁ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି ।ଆପଣ ପୂର୍ବରୁ ଜାଣିଛନ୍ତି ଗ୍ରୀନ୍ ଟି ମେଦ କମାଇବାରେ ସହାୟକ ହୋଇଥାଏ। ମାତ୍ର ଗ୍ରୀନ୍ ଟି ରେ ରହିଛି ଏପରି ଏକ ଗୁଣ ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।  ଗ୍ରୀନ୍ ଟି କୁ ମୁଣ୍ଡରେ ବ୍ୟବହାର କଲେ ଓ ଦୈନନ୍ଦିନ ଜୀବନରେ ସାମିଲ କଲେ ମାନସିକ ବିଷାଦ ଯୋଗୁଁ କେଶ ଝଡିବା ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଗ୍ରୀନ୍ ଟି ଆପଣଙ୍କୁ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେଇପାରିବ ।

 

  1. ଅତ୍ୟାବଶ୍ୟକ ଜିନିଷ ଅଛି – ଗ୍ରୀନ୍ ଟି ରେ ରହିଛି କ୍ୟାରୋଟିନଏଡ଼(carotenoids),ଟାକୋଫିରେଲସ୍(tacopherols),ଜିଙ୍କ(zinc),କ୍ରୋମିୟମ୍(chromium), ଅସ୍କାରବିକ ଏସିଡ଼(ascorbic acid),ସେଲେନିୟମ୍(selenium),ଏବଂ ମାଙ୍ଗାନିଜ(manganese) ଭଳି ଅତ୍ୟାବଶ୍ୟକ ଜିନିଷ। ଯାହା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେବା ସହ କେଶ ଉଠିବାରେ ମଧ୍ୟ ସହାୟକ ହୋଇଥାଏ।
  2. ପଲିଫିନୋଲର ମାତ୍ରା ଅଧିକ ଥାଏ – ଏପିଗାଲୋକ୍ଟିନ ଗାଲେଟ୍(EGCG) ମୁଖ୍ୟ ପଲିଫିନୋଲ ଯାହା ଗ୍ରୀନ୍ ଟିରେ ପ୍ରଚୁର ପରିମାଣରେ ଥାଏ। ଏହି ପଲିଫିନୋଲ(polyphenol) କେଶ ର ମୂଳକୁ ମଜବୁତ କରିବା ସହ ଲୋମକୂପ(follicles) କୁ ସକ୍ରିୟ କରିଥାଏ ।
  3. ଚିନ୍ତା ଓ ବିଷାଦ ଦୂର କରେ – ଚିନ୍ତା ଓ ବିଷାଦରେ ସବୁବେଳେ ରହିଲେ କେଶ ଅଧିକ ମାତ୍ରାରେ ଝଡ଼ିଥାଏ । ତେଣୁ ମାନସିକ ଚାପ ଓ ବିଷାଦ ଦୂର କରିବା ପାଇଁ ଗ୍ରୀନ୍ ଟି ଏକ ଭଲ ଉପାୟ।
  4. କେଶମୂଳ ରେ ଥିବା ପାରାସାଇଟକୁ ନଷ୍ଟ କରେ – ଗ୍ରୀନ୍ ଟି ରେ ମୁଣ୍ଡକୁ ଧୋଇଲେ ମୁଣ୍ଡରେ ଥିବା ବ୍ୟାକ୍ଟେରିଆଲ ଓ ଫୁଙ୍ଗାଲ ପାରାସାଇଟକୁ ନଷ୍ଟ କରିଥାଏ ।ଏହି ପାରାସାଇଟ କେଶ ମୂଳକୁ ଦୁର୍ବଳ କରିଦେଇଥାଏ ଯାହା ଫଳରେ କେଶ ଝଡ଼ିଥାଏ ।
  5. ରକ୍ତ ସଞ୍ଚାଳନ କରିଥାଏ – ଗ୍ରୀନ୍ ଟିରେ ଆମ ଦେହରେ ଥିବା ବ୍ଲଡ଼ ଭେସେଲର ପ୍ଲାକକୁ(plaque) ଭାଙ୍ଗିବାର କ୍ଷମତା ରହିଛି। ଯାହା ସାରା ଶରୀରରେ ରକ୍ତ ସଞ୍ଚାଳନ ପକ୍ରିୟା କୁ ଠିକ୍ ରଖିଥାଏ ।

ଗ୍ରୀନ୍ ଟି କୁ ପିଇବା ସହିତ କିଛି ସମୟ ପାଇଁ କେଶକୁ ଗ୍ରୀନ୍ ଟିରେ ବୁଡାଇରଖି ଧୋଇଲେ କେଶ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ। ……

 

Get real time updates directly on you device, subscribe now.

Comments
Loading...