News World Odisha
Current News Updates

ନିଶା ସେବନ ପାଇଁ ମିଳୁଛି କମ୍ପ୍ଲିଟ୍ ପ୍ୟାକେଜ୍

0 105

Get real time updates directly on you device, subscribe now.

ବଦଳୁଛି ଭୁବନେଶ୍ୱର, ବଦଳୁଛି ନିଶା କାରବାରର ଟ୍ରେଣ୍ଡ। ପୁଣି ଧଳା ଜହର ଜବତ। ପଶ୍ଚିମବଙ୍ଗ ଭାୟା ଖୋର୍ଦ୍ଧା ଜଳେଶ୍ୱର । ଏଥର ହଳଦୀ ପଡିଆରୁ ନୁହେଁ ସାଲିଆସାହି ଆଦିବାସୀ ଗାଁରୁ । ୫ କି ୧୦ ଗ୍ରାମ ନୁହେଁ ଏକାଥରକେ ୧୯୫ ଗ୍ରାମ ଧଳାଜହର । ଯାହାର ଆନୁମାନିକ ମୂଲ୍ୟ ୧୯ ଲକ୍ଷ ଟଙ୍କା । ନିଶା ସେବନ ପାଇଁ ପୁଡିଆ ନୁହେଁ, ବେପାରୀ ବିକ୍ରି କରୁଛନ୍ତି ବ୍ରାଉନସୁଗରର କମ୍ପ୍ଲିଟ ପ୍ୟାକେଜ । ଦେଖନ୍ତୁ ଏହାର ଏକ ଡେମୋ । ଏ ହେଉଛି ନିଶା ସେବନ ପରେ ଜବତ ହୋଇଥିବା ଦିଆସିଲି ଖୋଳ । ବ୍ରାଉନସୁଗର, ଫଏଲ ପେପର, କାଠି ସବୁ କିଛି ଭର୍ତ୍ତି ହୋଇଛି ଖୋଳରେ । ଯାହାର ଦାମ ରହିଛି ୧୫ ଶହ ରୁ ଦୁଇ ହଜାର ଟଙ୍କା । ପତ୍ତା, ପାଉ, ପୁଡିଆ, ସିମକାର୍ଡ, ଗୁଡି ଭଳି କୋଡ ୱାର୍ଡରେ ବିକ୍ରି ହେଉଛି ବ୍ରାଉନସୁଗର । କେବଳ ସାଲିଆ ସାହି ନୁହେଁ ଭୁବନେଶ୍ୱର ଅଧିକାଂଶ ବସ୍ତିରେ ମିଳୁଛି ଯୁବପିଢିକୁ ନିଶାଡ଼ି କରୁଥିବା ବିପଜ୍ଜନକ ବ୍ରାଉନ ସୁଗାର। ସେପଟେ ସାଲିଆ ସାହିରୁ ନିଶା କାରାବାରରେ ସଂପୃକ୍ତି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିବା ପରେ ତନାଘନା କରିଛି ଫ୍ଳାଇଙ୍ଗ ସ୍କାଡ । ଗିରଫ ଅଭିଯୁକ୍ତଙ୍କୁ ଜେରାବେଳେ ମୂଳ ବେପାରୀ ବାପୁନି ନାଁ ପଦାକୁ ଆସିଛି । ତେବେ ପ୍ରଶ୍ନ ଉଠୁଛି କିଏ ସେ ବାପୁନି ? କେବେଠାରୁ କରୁଛି ବ୍ରାଉନ ସୁଗର ବେପାର ? କାହାଠାରୁ ଆଣୁଛି ଓ ଭୁବନେଶ୍ୱରରେ କେତେ ଜାଗାରେ କରୁଛି ବେପାର? ବାପୁନି ଜଳେଶ୍ୱରରୁ ମାଲ୍‌ ଆଣିଲା ପରେ ଭୁବନେଶ୍ୱରରେ ଖୁଚୁରା ବେପାରୀମାନଙ୍କୁ ଦେଇଥାଏ । ଯାହାର ଦାମ ରହିଛି ୩୦୦ ଟଙ୍କା । ଅନ୍ୟପଟେ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଧଳା ଜହରର ଗୋଲକ ଧନ୍ଦାକୁ ମୂଳ ପୋଛ  କରିବାକୁ ସ୍ୱତନ୍ତ୍ର ଆକ୍ସନ ପ୍ଳାନ କରାଯିବ ବୋଲି ସୁପରିଟେଣ୍ଡଣ୍ଟ କହିଛନ୍ତି। ଧଳାଜହର କାରବାରକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ, କମିଶନରେଟ ପୋଲିସ, ଅବକାରୀ, ନାକୋର୍ଟିକ ସଭିଁଏ ଧାଇଁଛନ୍ତି । ହେଲେ କାରବାର ଉପରେ ରୋକ ଲାଗିପାରୁନି ।

Get real time updates directly on you device, subscribe now.

Comments
Loading...