News World Odisha
Current News Updates

ଗୃହରେ କୋଣାର୍କ ପ୍ରସଙ୍ଗ ଉଠେଇବାକୁ ରାଜନୈତିକ ଦଳ ସଜ୍ଜବାଜ

0 64

କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ପୁରୁଣା ମୂର୍ତ୍ତି ଚୋରୀ ହେବା ସହ ମନ୍ଦିରର ଫାଟ ପାଇଁ ସେ ଏଏସ୍‌ଆଇକୁ ଦାୟୀ କରିଛନ୍ତି । ଏଥିସହ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏଏସ୍‌ଆଇକୁ କ୍ଲିନଚିଟ୍‌ ଦେବା ନେଇ ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ସେପଟେ ଏହି ଘଟଣାକୁ ଶୀତକାଳୀନ ଅଧିବେଶନରେ ପ୍ରସଙ୍ଗ କରିବାକୁ ବିଜେଡି ଓ କଂଗ୍ରେସ ଅଣ୍ଟା ଭିଡିଛନ୍ତି।

ମନ୍ଦିର ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। କୋଣାର୍କ ଚକ ଭାଙ୍ଗିଥିବା ପରିଲକ୍ଷିତ କରିବା ସହ ମୂର୍ତ୍ତି ଚୋରୀର ସଙ୍ଗୀନ ଅଭିଯୋଗ କରିଛନ୍ତି । ମନ୍ଦିର ସୁରକ୍ଷା ଦାୟିତ୍ୱରେ ଅବହେଳା ଦଶାର୍ଇ ସେ ଏଏସ୍‌ଆଇକୁ କାଠଗଡାକୁ ଟାଣିଛନ୍ତି। ବିଭ୍ରାନ୍ତିକର ବୟାନରୁ ନିବୃତି ରହିବା ପାଇଁ ଦେଇଛନ୍ତି ପରାମର୍ଶ। ଅନ୍ୟପଟେ ରାଜ୍ୟ ସଂସ୍କୃତିମନ୍ତ୍ରୀଙ୍କୁ ନେଇ ବି ସେ ପ୍ରଶ୍ନ କରିଛନ୍ତି। ତେବେ ଯେଉଁଠି ମନ୍ଦିରରେ ପଥର ବଦଳାଯିବା ନେଇ କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି, ଅନ୍ୟପଟେ ଏଏସ୍‌ଆଇକୁ ରାଜ୍ୟ ସଂସ୍କୃତିମନ୍ତ୍ରୀ କ୍ଲିନଚିଟ୍‌ ଦେବା ଉପରେ ଆପତ୍ତି ମଧ୍ୟ ଉଠାଇଛନ୍ତି। ବିରୋଧୀ କଂଗ୍ରେସ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋଣାର୍କ ମନ୍ଦିରର ଦୁର୍ଦ୍ଦଶା ନେଇ ଦାୟୀ କରିଛି । ଭଗ୍ନାବଶେଷର ମରାମତି ଏବଂ କାରୁକାର୍ଯ୍ୟ ସଂପୂର୍ଣ୍ଣ ଢାଞ୍ଚାରେ କରିବା ପାଇଁ ଦାବି କରିଛନ୍ତି ବିରୋଧୀ ଦଳ ନେତା । ବିଧାନସଭାରେ ଏହାକୁ ପ୍ରସଙ୍ଗ କରିବା ପାଇଁ ସଜ୍ଜବାଜ ହେଉଛନ୍ତି ରାଜନୈତିକ ଦଳ ।

ଓଡ଼ିଶାକୁ ବିଶ୍ୱମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବାରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେବେ ରାଜନୀତିକୁ ବାଦ୍‌ ଦେଇ ରାଜ୍ୟର ଏହି ଐତିହ୍ୟର ସୁରକ୍ଷା ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି।

Get real time updates directly on you device, subscribe now.

Comments
Loading...