News World Odisha
Current News Updates

ଶୀତ ଦିନେ ତ୍ୱଚାର ଯତ୍ନ

0 526

Get real time updates directly on you device, subscribe now.

ଶୀତ ଦିନରେ ତ୍ୱଚାକୁ ଆବଶ୍ୟକ ଥାଏ ଅଧିକ ଯତ୍ନ । ଜଳବାୟୁରେ ଶୁଷ୍କତାର ପରିମାଣ ଅଧିକ ଥିବାରୁ ତ୍ୱଚାର ଆଦ୍ରତା ଧିରେ ଧିରେ କମିଯାଇଥାଏ । ତେଣୁ ଶୀତ ଦିନେ ତ୍ୱଚାର ନିୟମିତ ଯତ୍ନ ନନେଲେ ଚର୍ମ ଶୁଷ୍କ ହୋଇଯିବା ସହ ଓଠ ଫାଟେ  । ଏମିତି କି ଓଠ ଫାଟି ରକ୍ତ ମଧ୍ୟ ବାହାରି ଥାଏ । ତେଣୁ ବିଭିନ୍ନ ପ୍ରଣାଳୀ ମାଧ୍ୟମରେ ଆମେ ତ୍ୱଚାର ଯତ୍ନ ନେଇପାରିବା ।

ତ୍ୱଚାକୁ ଆଦ୍ର ରଖିବା ପାଇଁ ବଜାରରେ ବିଭନ୍ନ ପ୍ରକାର ମୋଶ୍ଚରାଇଜର ମିଳେ । ହେଲେ କେବଳ ଲୋସନ ଲଗାଇଲେ ଯେ ତ୍ୱଚା ସୁସ୍ଥ ରୁହେ ତା ନୁହେଁ, ଅହୁରି ଅନେକ ପ୍ରକ୍ରୟା ମାଧ୍ୟମରେ ଆମେ ତ୍ୱଚାର ଯତ୍ନ ନେଇପାରିବା । ଆସନ୍ତୁ ସେ ବିଷୟରେ ଜାଣିବା…..

  1. ଉଷୁମ ପାଣି ବ୍ୟବହାର କରନ୍ତୁ-

ଶୀତ ଦିନେ ସମସ୍ତଙ୍କୁ ଗରମ ପାଣିରେ ଗାଧୋଇବାକୁ ଭଲ ଲାଗିଥାଏ । କିନ୍ତୁ ମୁହଁ ଏବଂ ହାତ ଧୋଇବା ସମୟରେ ସର୍ବଦା ନଖ ଉଷୁମ ପାଣି ବ୍ୟବହାର କରନ୍ତୁ । କାରଣ ଅଧିକ ଗରମ ପାଣିରେ ମୁହଁ ଧୋଇଲେ ଏହା ମୁହଁର ଆଦ୍ରତା ଟାଣି ନେଇଥାଏ ଏବଂ ତ୍ୱଚା ଶୁଷ୍କ ହୋଇଯାଇଥାଏ ।

  1. ଗାଧୋଇସାରବା ପରେ ବିଳମ୍ବ ନକରି ସଙ୍ଗେ ସଙ୍ଗେ ମୋଶ୍ଚରାଇଜର ବ୍ୟବହାର କରନ୍ତୁ-

ଆପଣଙ୍କ ତ୍ୱଚାକୁ କେବଳ ଯେ ମୋଶ୍ଚରାଇଜର ଆବଶ୍ୟକ ତାହା ନୁହେ, ଗାଧୋଇସାରିବା ପରେ ବିଳମ୍ବ ନକରି ଅତି ଶୀଘ୍ର ମୋଶ୍ଚରାଇଜର ବ୍ୟବହାର କରନ୍ତୁ । ଶରୀର ସାମାନ୍ୟ ଓଦା ଥିଲେ ମୋଶ୍ଚରାଇଜର ସଠିକ ରୂପେ କାମ ଦେଇଥାଏ ଏବଂ ତ୍ୱଚାର ଆଦ୍ରତା କୁ ବଜାୟ ରଖିଥାଏ ।

  1. ତ୍ୱଚା ଅନୁଯାଇ ମୋଶ୍ଚରାଇଜର ବାଛନ୍ତୁ-

ମୋଶ୍ଚରାଇଜର କିଣିବା ସମୟରେ କିଛି ବିଶେଷ ଟିପ୍ପଣୀ ଉପରେ ଧ୍ୟାନ ଦେବା ଆବଶ୍ୟକ । ଅଧିକ ମାତ୍ରାରେ ପେଟ୍ରୋଲିୟମ ଥିବା ଲୋସନ କୁ ବ୍ୟବହାର କରନ୍ତୁ ନାହଁ । କାରଣ ଏହା ଖୁବ୍ ଅଳ୍ପ ସମୟ ପାଇଁ ରହି ପରେ ତ୍ୱାଚାକୁ ଶୁଷ୍କ କରିଦେଇଥାଏ । ମୋଶ୍ଚରାଇଜର କିଣିବାର ସବୁଠାରୁ ସହଜ ଉପାୟ ହେଇଛି ମୋଶ୍ଚରାଇଜର ଟି ୱାଟର୍ ବେଶ୍  ସୋଲ୍ୟୁସନ ନ କିଣି ଓଏଲ ବେଶ୍ ସୋଲ୍ୟୁସନ କିଣନ୍ତୁ । ଏହା ଶରୀରରେ ଅଧିକ ସମୟ ରହିବା ସହ ତ୍ୱଚାର ପ୍ରାକୃତିକ ଚମକକୁ ବଜାୟ ରଖିଥାଏ ।

  1. ଶୀତ ବସ୍ତ୍ର ପିନ୍ଧନ୍ତୁ-

ଶୀତ ଦିନରେ ଶରୀରକୁ ଉଷୁମ ରଖିବା ପାଇଁ ଆମେ ଶୀତ ବସ୍ତ୍ର ପରିଧାନ କରିଥାଉ । ତେବେ ଶୀତଳ ପବନରୁ ନିଜ ତ୍ୱଚାକୁ ରକ୍ଷା କରିବା ବାଇଁ ହାତରେ ଗ୍ଲୋଭ୍ସ ଏବଂ ସ୍କାର୍ଭ ପନ୍ଧନ୍ତୁ । ସନସ୍କ୍ରିନ ଲଗାଇବା ପାଇଁ କେବେବି ଭୁଲନ୍ତୁ ନାହିଁ । କାରଣ ଖରା ଦିନେ ସୂର୍ଯ୍ୟଙ୍କ କିରଣ ଯେତିକି ପ୍ରକ୍ଷର ଥାଏ ଶୀତ ଦିନେ ମଧ୍ୟ ସେତିକି ପ୍ରକ୍ଷର ଥାଏ ।

  1. ପ୍ରଚୁର ପାଣି ପିଅନ୍ତୁ-

ଶୀତ ଦିନେ ସାଧାରଣତଃ ଲୋକମାନେ ଗରମ ଜାତୀୟ ପାନୀୟ ପିଇବାକୁ ଇଚ୍ଛା କରନ୍ତି, ଯେପରିକି ଚା, କୋଫି । ହେଲେ ଭୁଲି ଯାଆନ୍ତୁ ନି ଆମ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ପାନୀୟ ଜଳର ଆବଶ୍ୟକତା ରହିଛି  । ହାଲକା ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ ସ୍ୱାସ୍ଥ୍ୟ ଭଲ ରହିବ ।

  1. ରାତିରେ ମୋଶ୍ଚରାଇଜର ଲଗାନ୍ତୁ-

ଶରୀରର କହୁଣୀ,ହାତ, ପାଦ,ଆଣ୍ଡୁ ଆଦି ଅଶଂର ଚର୍ମ ଖୁବ୍ ପତଳା ଥାଏ । ତେଣୁ ଏହି ଅଶଂର କୋମଳତା ଅତି ଶୀଘ୍ର ହ୍ରାସ ପାଇଥାଏ । ରାତିରେ ଶୋଇବା ପୂର୍ବରୁ ଗୋଡ ହାତ ଭଲ ଭାବରେ ଧୋଇ ମୋଶ୍ଚରାଇଜର ଲଗାନ୍ତୁ । ଏହାସହ କଟନ୍ ସ୍କାର୍ଭ ଏବଂ ସକ୍ସ୍ ପିନ୍ଧି ଶୋଇଲେ ସକାଳ ପର୍ଯ୍ୟନ୍ତ ଏହାର କୋମଳତା ବଜାୟ ରହେ ।

  1. ନିଜ କ୍ଲିନଜର ଲୋସନକୁ ବଦଳାନ୍ତୁ-

ସାଧାରଣତଃ କ୍ଲିନଜର ତ୍ୱଚାକୁ ଶୁଷ୍କ କରିଦିଏ । ତେଣୁ ଶୀତ ଦିନେ ନିଜ କ୍ଲିନଜରକୁ ବଦଳାନ୍ତୁ  । ମୋଶ୍ଚରାଇଜିଙ୍ଗ୍ ଇନଗ୍ରିଡିଏଣ୍ଟ ଥିବା କିଲିନଜର ବ୍ୟବହାର କରନ୍ତୁ ଏବଂ ଫେସ୍ କ୍ଲିନିଙ୍ଗର 30 ସେକେଣ୍ଡ ମଧ୍ୟରେ ମୋଶ୍ଚରାଇଜର ଲଗାନ୍ତୁ ।

  1. ପ୍ରାକୃତିକ ଉପାୟରେ କିପରି ନେବେ ଯତ୍ନ-

ଘରେ ସହଜରେ ମିଳିପାରୁଥିବା ଜିନିଷକୁ ନେଇ ମଧ୍ୟ ଆମେ ନିଜ ତ୍ୱଚାର ଯତ୍ନ ନେଇପାରିବା । ଯେପରିକି ମହୁ, ଅଭୋକାଡୋ, ଦହି, ଓଲିଭ ଓଏଲ, ଆଲମଣ୍ଡ୍ ଓଏଲ ଏବଂ କଦଳୀ ଆଦିକୁ ନେଇ ବିଭିନ୍ନ ଉପାୟରେ ତ୍ୱଚାର ଯତ୍ନ ନେଇପାରିବା  ।

 

 

 

 

Get real time updates directly on you device, subscribe now.

Comments
Loading...