News World Odisha
Current News Updates

ହକି ବିଶ୍ୱକପ ପାଇଁ ରାଜଧାନୀର ନବକଳେବର

0 186

ସଜେଇ ହେଉଛି ରାଜଧାନୀ । କାନ୍ଥବାଡଠୁ ଆରମ୍ଭ କରି ରାସ୍ଥା ଘାଟ ସବୁର ଚାଲିଛି ନବକଳେବର । ଆଗକୁ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ହକି ୱାର୍ଲଡକପକୁ ନେଇ ଚାଲିଛି ଏଭଳି ପ୍ରସ୍ତୁତି ।  ବାହାର ଦେଶ ଆଗରେ ଜେମିତି ଓଡିଶାର ରାଜଧାନୀ ଭୁବନେଶ୍ୱର ତାର ଗୌରବ ନ ହଜାଏ ତାକୁ ନେଇ ଚାଲିଛି ଉନ୍ନତି କରଣ । ଯାହାକୁ ନେଇ ପୁରା ରାଜଧାନୀ ଏବେ ସଜେଇ ହେଉଛି, ଠିକ ନବ ବଧୁ ଟିଏ ପରି ।   ରାସ୍ତାରେ ଯାଉଥିବା ପଥଚାରୀଙ୍କ ମନ ମୋହୁଛି ରାଜଧାନୀର ରାସ୍ତା ଘାଟ । ଉଦାସିଆ ମନକୁ ପ୍ରଫୁଲ୍ଲିତ କରୁଛି କାନ୍ଥରେ ଚିତ୍ରିତ ସୁନ୍ଦର ସୁନ୍ଦର ଛବି ।

କେଉଁଠି କାନ୍ଥରେ ଥ୍ରୀଡି ଆର୍ଟ ହେଲାଣି ତ କେଉଁଠି ଓଡିଶି ନୃତ୍ୟର ଭଙ୍ଗି ଏବଂ ଆଉ କେଉଁଠି ପିମ୍ପୁଡି ତାର ଅଣ୍ଡା ସଂଗ୍ରହ କରୁଥିବାର ଦୃଶ୍ୟ । ରାସ୍ତା ଉପରେ ବିଭିନ୍ନ ପ୍ରକାରର ଗଛ ଲାଗିବା ସହିତ ଏଲଇଡି ପ୍ରୋଜେକ୍ଟର ମାନ ଲଗାଜାଇଛି । ସେହିପରି ସାତକୋସିଆରେ ଛଡା ଜାଇଥିବା ସୁନ୍ଦରି ଏବଂ ଢ଼େଙ୍କାନାଳରେ ମୃତ୍ୟୁ ହୋଇଥିବା ୭ଟି ହାତିଙ୍କର ଲୁହାରେ ଷ୍ଟାଚୁ ମଧ୍ୟ ନିର୍ମାଣ କରାଯାଇଛି । ଏହି ସବୁ ଦୃଶ୍ୟ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଯାତିୟ ଏୟାରପୋର୍ଟ ଛକ ଠାରୁ ଆରମ୍ଭ କରି ପଟିଆ ଯର୍ଯ୍ୟନ୍ତ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ସ୍ମାର୍ଟ ସିଟିକୁ ନେଇ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ଶିଶୁ ଭବନ ଛକ ପାଖରେ ଏକାମ୍ର ପ୍ଲାଜାକୁ ନେଇ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାକୁ ନେଇ ଶିଶୁ ଭବନ ଠାରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ରାସ୍ତାକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରାଯାଉଛି । ଯେଉଁଥିରେ ସୁନ୍ଦର ସୁନ୍ଦର ରଙ୍ଗ ବେରଙ୍ଗ ଫୁଲ ଗଛ ଲାଗିବା ସହିତ ଅତି ଉନ୍ନ ଶୈଳିରେ ରାସ୍ତା ମଧ୍ୟ ନିର୍ମାଣ ଚାଲିଛି । ଅନ୍ୟପଟେ ମାଷ୍ଟର କ୍ୟାଣ୍ଟିନ ଛକ ଠାରରେ ଯୁବପିଢ଼ିଙ୍କୁ ଆକୃଷ୍ଠ କରିବା ପାଇଁ ଆଇ ଲଭ ୟୁ ଓଡିଶାର ଫଳକ ଲଗାଯିବାର ସୂଚନା ରହିଛି । ତେବେ ଏସବୁ ମଧ୍ୟରେ ଓ୍ଵାର୍ଲଡ ହକି ଏବଂ ସ୍ମାର୍ଟ ସିଟିକୁ ନେଇ ଓଡିଶା ଭାରି ସୁନ୍ଦର ଦିଶୁଛି ।

Get real time updates directly on you device, subscribe now.

Comments
Loading...