News World Odisha
Current News Updates

ସାବଧାନ୍ ! ମୂଳରୁ ପୋଛିନେବେ

ସାବଧାନ ! ମାତିଛନ୍ତି ସାଇବର୍ ଲୁଟେରା

0 1,076

ସିମ୍ ସ୍ୱାପରେ ହେଉଛି ଟଙ୍କା ଲୁଟ । ମାତ୍ର କେଇ ମିନିଟରେ ଖାଲି ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ । ଟଙ୍କା ଲୁଟ କରିବା ପାଇଁ ସାଇବର କ୍ରିମିନାଲଙ୍କର ୟେ ହେଉଛି ନୂଆଁ ଫଣ୍ଡା ।

ଆପଣଙ୍କ ନେଟ୍‌ ସ୍ଲୋ ଅଛି କି ? ଫୋନ୍‌ରେ ନେଟ୍‌ଓ୍ଵର୍କ ଡାଉନ୍‌ ରହୁଛି କି ?
3G ରୁ 4G କରିବାକୁ ଚାହୁଁଛନ୍ତି କି ? ସିମ୍‌ ଅପ୍‌ଡେଟ କରିଦିଅନ୍ତୁ, ନ ହେଲେ ଡିଆକ୍ଟିଭେଟ୍‌ ହୋଇଯିବ । ଯଦି ଆପଣଙ୍କ ମୋବାଇଲକୁ ଏଭଳି କଲ ଆସୁଛି ତେବେ ହୁସିଆର । କାରଣ ଏହି କଲ ଆସିବାର କେଇ ଘଣ୍ଟା ପରେ ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି । ସାଇବର କ୍ରିମିନାଲ ମାନେ ଏଟିଏମ୍ କାର୍ଡରୁ ଟଙ୍କା ଲୁଟ କରିବା ଘଟଣା ତ ଆପଣ ନିଶ୍ଚୟ ଜାଣିଥିବେ, କିନ୍ତୁ ଏବେ ବଦଳିଛି ଟ୍ରେଣ୍ଡ୍ । ମୋବାଇଲ୍‌ ଫୋନ୍‌ର ସିମ୍‌ ସ୍ୱାପ କରି ଆକାଉଣ୍ଟ ଖାଲି କରିଦେଉଛନ୍ତି ଏହି ସାଇବର ଲୁଟେରା । ଏବେ ଏହି ଅଡିଓକୁ ଭଲ ଭାବେ ଶୁଣନ୍ତୁ । ଆପଣ ସହଜରେ ବୁଝିଯିବେ ଯେ ହ୍ୟାକର ମାନେ କିଭଳି ଗ୍ରାହକଙ୍କୁ ଠକିବା ପାଇଁ ଜାଲ ତିଆରି କରିଛନ୍ତି ।

ବାସ୍‌… ଏହାପରେ ସାଇବର କ୍ରିମିନାଲ ପାଖରେ ଥିବା ବ୍ଲାଙ୍କ ସିମରେ ଆକ୍ଟିଭେଟ୍‌ ହୋଇଯାଏ ଗ୍ରାହକଙ୍କ ନମ୍ବର । ଆଉ ଏହି ନମ୍ବର ସାହାଯ୍ୟରେ ଅନ୍‌ଲାଇନ ଲୁଟ କରିବା ପାଇଁ ଯୋଜନା କରେ ସାଇବର କ୍ରିମିନାଲ । ପ୍ରଥମେ ନେଟ ବ୍ୟାଙ୍କିଙ୍ଗରେ ପାସ୍‌ଓ୍ଵର୍ଡ ବଦଳାଏ । ଯାହାର ଓଟିପି ବି ସେହି ହ୍ୟାକରଙ୍କ ପାଖରେ ଥିବା ମୋବାଇଲକୁ ହିଁ ଆସେ । ଆଉ ଏହାପରେ ଅତି ସହଜରେ ନେଟ ବ୍ୟାଙ୍କିଙ୍ଗ ସାହାଯ୍ୟରେ ଗ୍ରାହକଙ୍କ ଆକାଉଣ୍ଟକୁ ସଫା କରିଦିଏ ସାଇବର କ୍ରିମିନାଲ ।

ବେଳ ଥାଉ ଥାଉ ସଜାଗ ହୋଇଯାନ୍ତୁ । ନହେଲେ ଏଭଳି ସାଇବର ଲୁଟେରା ଆପଣଙ୍କ ଆକାଉଣ୍ଟରେ ବି କଳାକନା ବୁଲାଇ ଦେଇପାରେ ।

Get real time updates directly on you device, subscribe now.

Comments
Loading...