News World Odisha
Current News Updates

ହକି ମହାସମାରୋହ ଦେଖିବା ପାଇଁ ନବୀନ କିଣିଲେ ପ୍ରଥମ ଟିକେଟ୍

0 114

Get real time updates directly on you device, subscribe now.

ନଭେମ୍ବର ୨୭ରୁ ଆରମ୍ଭ ହେବ ହକି ବିଶ୍ୱକପ୍‌ । ହକି ବିଶ୍ୱକପ୍‌ ପାଇଁ ସଜେଇ ହେଉଛି ଭୁବନେଶ୍ୱର । ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ ।କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏହି ମହାସମାରୋହକୁ ଦେଖିବାକୁ ଯିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କିଣିଛନ୍ତି ପ୍ରଥମ ଟିକେଟ୍‌ । ୫୦୦ ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟିକେଟ୍‌ କିଣିଛନ୍ତି । ହକି ଇଣ୍ଡିଆର ସିଇଓ ଏଲାନା ନରମାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଟିକେଟ୍ ପ୍ରଦାନ କରିଛନ୍ତି । ଉଦଘାଟନୀ ଦିବସ ପାଇଁ କୌଣସି ପାସ୍ ର ବ୍ୟବସ୍ଥା ନଥିବାରୁ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ୫୦୦ ଟଙ୍କା ଦେଇ ଏହି ଟିକେଟ୍ କିଣିଛନ୍ତି ।

ହକି ବିଶ୍ୱ କପ୍ ପାଇଁ ସମସ୍ତ ଟିକେଟ୍ଅ ନଲାଇନ ମାଧ୍ୟମରେ  ବିକ୍ରି ହେବ।ଏହାର ଉଦଘାଟନୀ ଉତ୍ସବ ପାଇଁ ଆସନ୍ତା 20 ତାରିଖରେ ଅନଲାଇନ ଟିକେଟ୍ ବିକ୍ରି ଆରମ୍ଭ ହେବ । ଅଫଲାଇନ ମାଧ୍ୟମରେ ଟିକେଟ୍ ବିକ୍ରିକୁ ନିଷେଧ କରାଯାଇଛି ।ଉଦଘାଟନୀ ଉତ୍ସବ ଦୁଇ ଦିନ ଧରି ହେବାକୁ ଥିବା ବେଳେ ଉଦଘାଟନୀ ଉତ୍ସବ ର ପ୍ରଥମ ଦିନ କଳିଙ୍ଗ ଷ୍ଟାଡିୟମରେ ହେବ ଓ ଦ୍ୱିତୀୟ ଦିନ ବାରବାଟୀ ଷ୍ଟାଡିୟମରେ  ହେବ। କଳିଙ୍ଗ ଷ୍ଟାଡିୟମରେ ଟିକେଟ ମୂଲ୍ୟ 500ଟଙ୍କା ଓ ବାରବାଟୀ ଷ୍ଟାଡିୟମରେ ଟିକେଟ୍ ର ମୂଲ୍ୟ 100 ରୁ 500 ଟଙ୍କା ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.

Comments
Loading...