News World Odisha
Current News Updates

କାଦୁଅ ଥେରାପି

0 162

Get real time updates directly on you device, subscribe now.

ଅଜରବୈଜାନ୍ ର ଗୋବୁସ୍ତାନ ନ୍ୟାଶନାଲ ପାର୍କ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି । ଏଠାରେ ପାଖାପାଖି ୨୦ଟି ଜ୍ୱାଳାମୁଖୀ ଥିବାରୁ ଏହା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା ପାଇଛି। ତେବେ ଏଠାରେ ଥିବା ଜ୍ୱାଳାମୁଖୀ ପ୍ରାୟ ୨୦ ବର୍ଷରେ ଥରେ ଫାଟିଥାଏ । ଆଉ ସେଥିରୁ ଲାଭା ବଦଳରେ କେବଳ ଗରମ କାଦୁଅ ବାହାରି ଥାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି।

ଗବେଷକଙ୍କ କହିବା କଥା ହେଲା ଅଜରବୈଜାନ ସହରକୁ ହଜାର ହଜାର ବର୍ଷ ତଳେ ମନୁଷ୍ୟ ଦ୍ୱାରା ଚିହ୍ନଟ କରାଯାଇଥିଲା । ଏଠାରେ ସେତେବେଳେ ମଧ୍ୟ ଜ୍ୱାଳାମୁଖୀ ଥିଲା। ଏବେ ଏହିସବୁ ଜ୍ୱାଳାମୁଖୀ ଫାଟି ଯେଉଁ ଗରମ କାଦୁଅ ବାହାରୁଛି ସେଥିରେ ଗାଧୋଇବା ପାଇଁ ଲୋକେ ଦେଶ ବିଦେଶରୁ ଏଠାକୁ ଆସୁଛନ୍ତି। ଏହା ପଛର କାରଣ ହେଉଛି ଏହି କାଦୁଅରେ ଥିବା ବିଭିନ୍ନ ଔଷଧୀୟ ଗୁଣ । ଏହି କାଦୁଅରେ ଗାଧୋଇଲେ ଦେହ ସୁସ୍ଥ ରହେ ବୋଲି ଲୋକେ କୁହନ୍ତି।

ଏଥିରେ ଗାଧୋଇଲେ ଚର୍ମ ଓ ଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଠିକ୍‌ ହୋଇଥାଏ ବୋଲି କୁହାଯାଏ । ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ କାଦୁଅର ତାପମାତ୍ରାକୁ ସଠିକ୍‌ ଭାବେ ଦେଖିବା ପରେ ଗାଧୋଇବାକୁ ପରାମର୍ଶ ଦିଆଯାଇଥାଏ।

Get real time updates directly on you device, subscribe now.

Comments
Loading...