News World Odisha
Current News Updates

ଖୋଲା ଆକାଶ ତଳେ ଜୀବନ

ଫେଲ ମାରୁଛି ସରକାରୀ ଯୋଜନା

0 87

ଗରିବଙ୍କ ପକ୍କା ଘର ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । ସେପଟେ ଅଯୋଗ୍ୟ ଲୋକେ ମିଥ୍ୟା ବିଲ୍‌ କରି ଉଠାଉଛନ୍ତି ଟଙ୍କା ।

ଛିଣ୍ଡା ପଲିଥିନ ତଳେ ବିତୁଛି ଜୀବନ । ପକ୍କା ଘର ମିଳିବା ଅାଶା ଏବେ ହୋଇଛି ସ୍ୱପ୍ନ । ବର୍ଷ ବର୍ଷ ବିତିଗଲାଣି ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘର ଖଣ୍ଡିଏ ମିଳୁ ନଥିବାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଗରିବ ଲୋକେ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କନ୍ତାମିଲା ଗାଁରେ ଅନେକ ପରିବାର ଅାବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । କିଏ ଚାଳ ଛପର ତ କିଏ ପାଲ ବେଢ଼ାଇ ଦିନ କାଟୁଛନ୍ତି । ସେହିପରି ଗାଲପଡ଼ା ପଞ୍ଚାୟତ ଓ ଜରଡ଼ା ପଞ୍ଚାୟତର ଅନେକ ଗରିବ ହିତାଧିକାରୀ ଘର ଖଣ୍ଡିଏ ମିଳି ନଥିବାରୁ ବାର ଦ୍ୱାର ବୁଲୁଛନ୍ତି । ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ୱେ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି ।

ପ୍ରକୃତ ହିତାଧିକାରୀ ଘର ଖଣ୍ଡିଏ ପାଉ ନଥିବାବେଳେ ଏପିଏଲ ଶ୍ରେଣୀର ଲୋକେ ଘର ନକରି ବିଲ୍‌ ପାସ୍‌ କରୁଥିବା ଦେଖିବାକୁ ମିଳିଛି । ଏପରି କି ବିନା ଜାଗା କିଭଳି ଜିଓ ଟ୍ୟାଗ ହୋଇଛି ସ୍ଥାନୀୟ ୟୁଥ୍ ସଂଯୋଜକଙ୍କ କାର୍ଯ୍ୟ ନେଇ ପ୍ରଶ୍ନ ସୃଷ୍ଟି କରୁଛି । ସେପଟେ ଅଭିଯୋଗ ଅାସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅାଯିବ ବୋଲି କହିଛନ୍ତି ବିଡିଓ ।

Get real time updates directly on you device, subscribe now.

Comments
Loading...