News World Odisha
Current News Updates

ରୂପି ସମସ୍ୟାର ଦେଶୀ ଉପଚାର

0 330

Get real time updates directly on you device, subscribe now.

ଶୀତ ଦିନ ଆରମ୍ଭ ମାତ୍ରେ ଆରମ୍ଭ ହୋଇଯାଏ ଚର୍ମ ଓ କେଶର ସମସ୍ୟା । ବିଶେଷ କରି ଏହି ଦିନରେ ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍। ତେବେ କିଛି ଲୋକଙ୍କର ସବୁ ସମୟରେ ମୁଣ୍ଡରେ ରୂପି ସମସ୍ୟା ଦେଖାଯାଇଥାଏ । କିନ୍ତୁ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦିଏ। ତେବେ ଏପରି କିଛି ଘରୋଇ ଉପଚାର ରହିଛି ଯାହାକୁ ଆପଣାଇବା ଦ୍ୱାରା ଏହି ରୂପି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯିବ। ତେବେ ଜାଣି ନିଅନ୍ତୁ କେତୋଟି ଘରୋଇ ଉପଚାର ଗୁଡ଼ିକ ବିଷୟରେ –

ଶୁଖିଲା କଦଳୀ ପତ୍ର : ଏହାକୁ ପୋଡି ଏଥିରେ ଆବଶ୍ୟକ ଅନୁସାରେ କିଛି ପାଣି ମିଶାଇ ଏକ ପେଷ୍ଟ କରନ୍ତୁ । ଏହାକୁ ସ୍କାଲ୍ପରେ ଲଗାଇ ୨୦ମିନିଟରୁ ୩୦ମିନିଟ୍ ପର୍ଯ୍ୟନ୍ତ ରଖି ଧୋଇ ଦିଅନ୍ତୁ । ଏପରି ସପ୍ତାହକୁ ଦୁଇଥର କରିବା ଦ୍ୱାରା ରୁପି ସମସ୍ୟା ଦୁର ହୋଇଥାଏ ।

ନିମତେଲ : ପ୍ରତିଦିନ ନିମ ତେଲ କେଶରେ ଲଗାଇଲେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ। ଫଳରେ କେଶ ମଧ୍ୟ କମ୍ ଝଡ଼ିଥାଏ। ନିମ ଶାମ୍ଫୁ ବ୍ୟବହାର କରିବା ଦ୍ୱାରା ମଧ୍ୟ ମୁଣ୍ଡ କୁଣ୍ଡାଇ ହୋଇ ନ ଥାଏ ।

ଦହି : ରୂପି ସମସ୍ୟା ପାଇଁ ଦହି ଏକ ଉତ୍ତମ ମହୌଷଧୀ। ଦହିକୁ ସପ୍ତାହରେ ୩-୪ ଥର କେଶ ସହ ସ୍କାଲ୍ପରେ ମଧ୍ୟ ଲଗାନ୍ତୁ। ଲଗାଇବାର ଅଧଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ବହୁତ କମ୍ ଦିନରେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ।

ଘିକୁଆଁରୀ : ଘିକୁଆଁରୀ ବା ଆଲୋଭେରା ଜେଲରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ରହିଛି। ଏହି ଗୁଣ ଯୋଗୁଁ ଆଲୋଭେରା କେଶରୁ ରୂପି ଦୂର କରିଥାଏ। ଏଥିପାଇଁ ଦୁଇ ଚାମଚ ଆଲୋଭେରା ଜେଲରେ ଏକ ଚାମଚ ମହୁ ଏବଂ ଦୁଇ ଚାମଚ ଦହି ମିଶାନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୧୫ ମିନିଟ୍ ପରେ ଶାମ୍ପୁ କରି ଦିଅନ୍ତୁ ।
ଏହାବ୍ୟତୀତ ତିନି ଚାମଚ ଆଲୋଭେରା ଜେଲରେ କିଛି ଡ୍ରପ୍ ନିମ ତେଲ ମିଶାଇ ମଧ୍ୟ ମୁଣ୍ଡରେ ଲଗାଇ ପାରିବେ। ଏମିତି କଲେ ମୁଣ୍ଡରେ ରୂପି ରହିବ ନାହିଁ।

ମେଥି: ରାତିରେ ଏକ ମୁଠା ମେଥି ପାଣିରେ ଭିଜାଇ ସକାଳେ ଏହାର ପେଷ୍ଟ୍ ପ୍ରସ୍ତୁତ କରି ମୁଣ୍ଡରେ ଲଗାନ୍ତୁ। ପାଖାପାଖି ୧ଘଣ୍ଟା ରଖିବା ପରେ ମୁଣ୍ଡ ସଫା କରିଦିଅନ୍ତୁ। ଏହାଦ୍ୱାରା ରୂପି ଜନିତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏ।

ରାଶିତେଲ : ରାଶି ତେଲ ବ୍ୟବହାର କରିବା ଦ୍ୱାରା ରୂପି ସମସ୍ୟା ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଥାଏ। ତେଣୁ ଶୀତ ଦିନେ ଅନ୍ୟ କୌଣସି ତେଲ ବଦଳରେ ରାଶି ତେଲ ବ୍ୟବହାର କଲେ ରୂପି ସମସ୍ୟା ଆଦୌ ଦେଖା ଦେଇ ନଥାଏ।

ଅଣ୍ଡା ଓ ଲେମ୍ବୁ ରସ : ଅଣ୍ଡା ଓ ଲେମ୍ବୁ ରସ ମଧ୍ୟ ରୂପି ସମସ୍ୟା ଦୂରେଇବାରେ ସାହାଯ୍ୟ କରେ। ଏଥିପାଇଁ ଏକ ପାତ୍ରରେ କିଛି ଲେମ୍ବୁ ରସ ଓ ଅଣ୍ଡାର ହଳଦିଆ ଅଂଶକୁ ଗୋଳାଇ ମୁଣ୍ଡରେ ଭଲ ଭାବରେ ମାଲିସ କରନ୍ତୁ। ଏହାକୁ ଲଗାଇବାର ପ୍ରାୟ ୨ ଘଣ୍ଟା ପରେ ସମ୍ପୂର୍ଣ୍ଣ ଶୁଖିଯିବା ପରେ ଶାମ୍ପୁ କରିଦିଅନ୍ତୁ। ସପ୍ତାହକୁ ୩-୪ ଥର ଏପରି କଲେ ରୂପି ସମସ୍ୟା ସମ୍ପୂର୍ଣ୍ଣ ଭଲ ହେଇଯିବ।

କଞ୍ଚା କ୍ଷୀର : କଞ୍ଚା କ୍ଷୀର ମଧ୍ୟ କେଶ ପାଇଁ ବହୁତ ଉପକାରୀ। ଗାଧୋଇବାର କିଛି ସମୟ ପୂର୍ବରୁ ମୁଣ୍ଡରେ କଞ୍ଚା କ୍ଷୀରକୁ ଭଲ ଭାବରେ ଲଗାଇ ଦିଅନ୍ତୁ ଏବଂ ଶୁଖିଗଲା ପରେ ମୁଣ୍ଡ ସଫା କରି ଦିଅନ୍ତୁ । ଏହାଦ୍ୱାରା ରୂପି ସମସ୍ୟା ଦୂର ହୋଇଯିବ।

Get real time updates directly on you device, subscribe now.

Comments
Loading...