News World Odisha
Current News Updates

ଶକିଲାଙ୍କ ଚରିତ୍ରରେ ରିଚା

0 116

Get real time updates directly on you device, subscribe now.

ରିଲିଜ ହେଲା ବଲିଉଡ କଳାକାର ରିଚା ଚଡାଙ୍କ ଫିଲ୍ମ “ଶକିଲା”ର ଫାଷ୍ଟ୍ ଲୁକ । ରିଚା ଏଥିରେ ସାଉଥର ଫେମସ୍ ଆଡଲ୍ଟ ଷ୍ଟାର ସକିଲାଙ୍କ ଭୁମିକାରେ ନଜର ଆସିବେ । ପୋଷ୍ଟରରେ ରିଚା ସୁନା ଗହଣାରେ ଆଚ୍ଛେଦିତ ହୋଇ ଗ୍ଲାମର ଲୁକରେ ନଜର ଆସିଛନ୍ତି । ତେବେ ଏହି ଗ୍ଲାମରସ୍ ଲୁକରେ ସେ ପୁରା ଶକିଲା ଖାନଙ୍କ ପରି ଦେଖାଯାଉଥିବାର ଚର୍ଚ୍ଚା ହେଉଛି । ଏହା ହେବ ଭାରତୀୟ ହିଟ୍‌ ନାୟିକା ‘ଶକିଲା’ଙ୍କ ବାୟୋପିକ୍‌ ।  ତେବେ ପୋଷ୍ଟରରେ ରିଚାଙ୍କ ଅନ୍ଦାଜ୍ ପଛ କାନ୍ଥରେ ତାଙ୍କ(ଶକିଲା) ପାଇଁ ଦିଆଯାଇଥିବା କିଛି ଅପମାନଜନକ ମନ୍ତବ୍ୟ ଯାହାକୁ ସେ ଘୋର ବିରୋଧ କରୁଥିବାର ସ୍ପଷ୍ଟ ହେଉଛି । ତେବେ ପଛ କାନ୍ଥରେ ତାଙ୍କ ସ୍ୟାମଳ ରଙ୍ଗ,ଜାତି ଏବଂ ଦେହ ଉପରେ ଅପମାନଜନକ ମନ୍ତବ୍ୟ ଦିଆଯାଇଛି । ଯାହା ଫିଲ୍ମର ମୁଖ୍ୟ ଆର୍କଷଣ ହେବ ବୋଲି ଆଶା କରାଯାଉଛି । ନିର୍ଦ୍ଦେଶକ ଇନ୍ଦ୍ରଜିତ ଲଙ୍କେଶ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ରେସ୍‌ପନ୍ସ ଭଲ ରହିବ ବୋଲି ଆଶା ରଖିଛନ୍ତି ଉଭୟ ନିର୍ମାତା ଓ ନିର୍ଦ୍ଦେଶକ। ସମୟ ଥିଲା ‘ଶକିଲା’ ସାଉଥ୍‌ ଇଣ୍ଡଷ୍ଟ୍ରିର ହାଇଏଷ୍ଟ ପେଡ୍‌ ନାୟିକା ଭାବେ କାମ କରୁଥିଲେ। ତେବେ ଶକିଲାଙ୍କ ଚରିତ୍ରରେ କାମ କରିବା କୌଣସି ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ ବୋଲି କହିନ୍ତି ରିଚା। ଆସନ୍ତା ବର୍ଷ ଏହା ରିଲିଜ୍‌ ହେବାର ଯୋଜନା ରହିଛି ।  

Get real time updates directly on you device, subscribe now.

Comments
Loading...