News World Odisha
Current News Updates

କିଏ ରହିବେ କେଉଁଠି ?

0 468

 

ବିଶ୍ୱକପ୍‌ ପୁରୁଷ ହକି ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍‌ । ଓଡ଼ିଶାରେ ଆଜେର୍ଣ୍ଟିନା ପହଞ୍ଚିସାରିଥିବା ବେଳେ ରାତିରେ ଆସି ପହଞ୍ଚିବ ଦକ୍ଷିଣ ଆଫ୍ରିକା ଦଳ । ସମସ୍ତ ଟିମର ସ୍ୱାଗତ ସହ ରହିବା ଲାଗି ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ହୋଇଛି ସ୍ୱତନ୍ତ୍ର ଆୟୋଜନ । ..

ଚକାଚକ୍‌ ଫ୍ଲୋର୍‌ । ନୂଆ ମ୍ୟାଟ୍‌, ରକମ ରକମର ଗାଲିଚା । ନୂଆ ରଙ୍ଗ ଆଉ ନୂଆ ରୂପ । କାନ୍ଥର ଶୋଭା ବର୍ଦ୍ଧନ କରୁଛି ଆର୍ଟିଫିସିଆଲ ଘାସ ଓ ଗାଲିଚା । ଭଳିକି ଭଳି ଶୋ ପିସ୍‌ ସାଙ୍ଗକୁ ମନ ମୋହୁଛି ନାନା ପ୍ରକାରର ଫୁଲ । ଲାଇଟିଂ ବି ଆଖି ଝଲସାଇଲା ଭଳି । ଏସବୁ ଖାସ୍‌ ହକି ଖେଳାଳିଙ୍କ ପାଇଁ । ବିଶ୍ୱକପ୍‌ ହକି ଲାଗି ଓଡ଼ିଶା ଆସୁଥିବା ୧୬ଟି ଦେଶର ଖେଳାଳିଙ୍କ ଲାଗି ରାଜଧାନୀର ଷ୍ଟାର ହୋଟେଲଗୁଡିକ ଏବେ ନବବଧୂର ରୂପ ଧାରଣ କରିଛନ୍ତି । ବେଡରୁମଠୁ ଆରମ୍ଭ କରି ଡାଇନିଂ, ବାଥରୁମ ସବୁକିଛି ଚକାଚକ୍‌ । ଆଉ ସବୁଠି ଭଳିକି ଭଳି ଗଛ ଦ୍ୱାରା ଦିଆଯାଇଛି ଗ୍ରୀନ୍‌ ଟଚ୍‌ ।  ଆଗୁଆ ବରାଦ ଅନୁସାରେ ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ସହ ଚିକେନ କସା, ମାଛ ଝୋଳ ଭଳି ଓଡ଼ିଆ ଓ ଦେଶୀ ଖାଦ୍ୟ ଭେଟି ଦେବେ ହୋଟେଲ କର୍ତ୍ତୃପକ୍ଷ । ଖେଳାଳିଙ୍କ ଫିଟନେସ୍‌ ଉପରେ ବି ଅଧିକ ଗୁରୁତ୍ୱ ଦେଉଛନ୍ତି ହୋଟେଲ କର୍ତ୍ତୃପକ୍ଷ । ସେଥିପାଇଁ ମଲ୍ଟି ଜିମରେ ରହିଛି ସବୁ ପ୍ରକାରର ଅତ୍ୟାଧୁନିକ ବ୍ୟାୟାମ ସରଞ୍ଜାମ । ସେହିଭଳି ସୁଇମିଂ ପୁଲ୍‌ ଠୁ ଆରମ୍ଭ କରି ଡିସେ୍କା ଥେଟ୍‌ ଓ ବାର୍‌ ବି ପ୍ରସ୍ତୁତ । ସୁରକ୍ଷା ଲାଗି ଅଧିକ ସିସିଟିଭି କ୍ୟାମେରା ସାଙ୍ଗକୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପରେ ଦିଆଯାଇଛି ସ୍ୱତନ୍ତ୍ର ଦୃଷ୍ଟି । ହୋଟେଲରେ ପହଞ୍ଚିବା ସମୟରେ ଦେଶୀ ଅନ୍ଦାଜରେ ସ୍ୱାଗତ ଠୁ ଆରମ୍ଭ କରି ବିଦାୟ ପର୍ଯ୍ୟନ୍ତ ଆତିଥ୍ୟରେ କୌଣସି ପ୍ରକାରର କଞ୍ଜୁସି ନ କରି ଓଡ଼ିଆଙ୍କ ଅତିଥି ଚର୍ଚ୍ଚାର ନିଦର୍ଶନ ଦେଖାଇବେ ହୋଟେଲ କର୍ତ୍ତୃପକ୍ଷ । ଭୁବନେଶ୍ୱରର ୭ଟି ହୋଟେଲରେ ୧୬ଟି ଦେଶର ଖେଳାଳି ଓ ଅଫିସରଙ୍କ ରହଣି ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ଏବେ ଆସନ୍ତୁ ଜାଣବା

କେଉଁ ଦେଶର ଖେଳାଳିଙ୍କ ଲାଗି କେଉଁ ହୋଟେଲରେ ହୋଇଛି ବ୍ୟବସ୍ଥା ।

ହୋଟେଲ ମେ ଫେୟାର- ଆଜେର୍ଣ୍ଟିନା, ଇଂଲଣ୍ଡ,ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ସେ୍ପନ୍‌

ସ୍ୟାଣ୍ଡି ଟାଓ୍ଵାର୍ସ- ଅଷ୍ଟ୍ରେଲିଆ, ବେଲଜିୟମ, ଚୀନ । ସ୍ୱସ୍ତି ପ୍ରିମିୟମ- ଫ୍ରାନ୍ସ, ମାଲେସିଆ, ପାକିସ୍ତାନ

ସ୍ୱସ୍ତି ଗ୍ରାଣ୍ଡ- କାନାଡ଼ା । ଟ୍ରାଇଡେଣ୍ଟ-ଜର୍ମାନୀ, ଭାରତ । ଫର୍ଚ୍ୟୁନ ପାର୍କ- ନ୍ୟୁଜିଲାଣ୍ଡ । ଏଚଏଚଆଇ- ଦକ୍ଷିଣ ଆଫ୍ରିକା । ଏହାବାଦ୍‌ ଏଚଏଚଆଇ ଓ ସ୍ୱସ୍ତି ପ୍ରିମିୟମରେ ମ୍ୟାଚ ଅଫିସିଆଲ, ଏଫଆଇଏଚ ଓ ହକି ଇଣ୍ଡିଆର ଅଧିକାରୀଙ୍କ ରହିବା ଲାଗି ହୋଇଛି ସ୍ୱତନ୍ତ୍ର ଆୟୋଜନ ।

Get real time updates directly on you device, subscribe now.

Comments
Loading...