News World Odisha
Current News Updates

ଆରପାରିରେ ବୈଷ୍ଣବ ପରିଡା

0 177

Get real time updates directly on you device, subscribe now.

ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ପରଲୋକ । ୭୭ ବର୍ଷ ବୟସରେ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ ହୋଇଛି । ଦୀର୍ଘଦିନ ହେବ କ୍ୟାନ୍ସର ରୋଗରେ ପୀଡିତ ଥିଲେ ସେ ।  ବୈଷ୍ଣବ ପରିଡା ଏକାଧାରାରେ ଜଣେ ରାଜନେତା, ସାହିତ୍ୟିକ ଓ ସମାଜସେବୀ ଖୁବ୍ ଜଣାସୁଣା । ଏହାସହ ଓଡ଼ିଆ ଭାଷା ଆନ୍ଦୋଳନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ । ୧୯୪୧, ଫେବୃଆରୀ ୧୫ରେ ରେ ଯାଜପୁରରେ ଜନ୍ମଗ୍ରହଣ କରିଥିଲେ ବୈଷ୍ଣବ। ଏହାସହ ଓଡ଼ିଆ ଭାଷା ଆନ୍ଦୋଳନରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ତେବେ ବାମଦଳରୁ  ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ବୈଷ୍ଣବ ପରେ କଂଗ୍ରେସ ଓ  ସମାଜବାଦୀ ପାର୍ଟି ଓ ଶେଷରେ ବିଜେଡିରେ ଯୋଗ ଦେଇଥିଲେ । ୨୦୧୦ ଜୁଲାଇ ମାସରେ ବିଜେଡି ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା। ୨୦୧୬ରେ ଜୁଲାଇ ୧ରେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ତାଙ୍କ ମୃତ୍ୟୁରେ ବିଭିନ୍ନ ମାହୋଲରେ ଖେଳିଯାଇଛି ଶୋକର ଛାୟା ।

Get real time updates directly on you device, subscribe now.

Comments
Loading...