News World Odisha
Current News Updates

ବାରିପଦାରେ ମୁଖ୍ୟ ଆକର୍ଷଣ ପାଲଟିଛି ମାହେସ୍ମତୀ ଭବନ

0 1,629

Get real time updates directly on you device, subscribe now.

ବାରିପଦା ଭଞ୍ଜପୁର ଜଗଦ୍ଧାତ୍ରୀ ପଡ଼ିଆରେ ଆରମ୍ଭ ହୋଇଛି ଜଗଦ୍ଧାତ୍ରୀ ମେଳା -୨୦୧୮ । ମୟୂରଭଞ୍ଜ ଜିଲ୍ଲାପାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ବାଙ୍ଗିରିପୋଷି ବିଧାୟକ, ଉପବାଚସ୍ପତି,ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପ୍ରମୁଖ ଯୋଗ ଦେଇଥିଲେ । ସହରର ମୁଖ୍ୟ ପ୍ୟାଣ୍ଡେଲକୁ ବାହୁବଳି ଚଳଚ୍ଚିତ୍ରର ମାହେସ୍ମତୀ ଭବନ ଶୈଳିରେ ସଜ୍ଜିତ କରାଯାଇଛି ।  ଜଗଦ୍ଧାତ୍ରୀ ମେଳା ନେଇ ସାରା ଉତ୍ତର ଓଡ଼ିଶା ଉତ୍ସବ ମୁଖର ହୋଇଛି । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଛି । ମେଳାରେ ବିଭିନ୍ନ ଷ୍ଟଲ ପଡ଼ିଥିବା ସହ ମୀନାବଜାର ମଜା ନେଇଛନ୍ତି ଦର୍ଶକ । ମେଳାରେ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗାଇଛି । ତେବେ ମେଳାକୁ ପଲିଥିନ ମୁକ୍ତ କରାଯାଇପାରି ନଥିବାରୁ ଅସନେ୍ତାଷ ଦେଖାଯାଇଛି । ନଭେମ୍ବର ୧୬ ତାରିଖରୁ ଜଗଦ୍ଧାତ୍ରୀ ପୂଜା ଆରମ୍ଭ ହୋଇଥିବାବେଳେ ଆସନ୍ତା ୨ ତାରିଖ ଯାଏଁ ଚାଲିବ ।

Get real time updates directly on you device, subscribe now.

Comments
Loading...