News World Odisha
Current News Updates

ପ୍ରସ୍ତୁତ ହେଉଛନ୍ତି ଚାଷୀ

 ରବି ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଚାଷୀ । 

0 74

Get real time updates directly on you device, subscribe now.

ଧାନ ଚାଷ ନଷ୍ଟ ପରେ ଏବେ  ରବି ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଚାଷୀ। ବିଲରେ ବିରି, ମୁଗ, ଚଣା ଲଗାଇବା ପାଇଁ ସଜବାଜ ହୋଇଛି । ଗଞ୍ଜାମ ଆସିକା ଅଞ୍ଚଳରେ ଚାଷୀ ଧାନ ଅଗାଡ଼ି ପୋଡ଼ି ବିଲକୁ ସଫା କରୁଥିବାବେଳେ ରବି ଚାଷ ନେଇ ବିହନ ଓ ସାର ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛି । 

କେତେବେଳେ ରୋଗ ପୋକ ତ କେତେବେଳେ ବନ୍ୟା ଓ ବାତ୍ୟା ଧୋଇ ନେଉଛି ଫସଲ । ଏ ନେଇ ଚାଷୀ କୂଳ ହତାଶ ହୋଇଥିବା ସହ ଏବେ ରବି ଚାଷ ପାଇଁ ସଜବାଜ ହେଉଛି । ଏଥର ଧାନ ଫସଲ ଭଲ ଅମଳ ହୋଇଥିବାବେଳେ ଏବେଠୁ ରବି ଚାଷ ପାଇଁ କ୍ଷେତକୁ ପ୍ରସ୍ତୁତ କରୁଛି ଚାଷୀ । ଧାନ ସବୁ ଅଗାଡ଼ି ହୋଇଯାଇଥିବାରୁ ଜମିରେ ନିଆଁ ଲଗାଇ ଆଗକୁ ବିରି, ମୁଗ ଚାରା ଲଗାଇବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ରବି ଚାଷ ପାଇଁ ଚାଷୀ, ଜମି ପ୍ରସ୍ତୁତ ଥିବାବେଳେ ବିହନ ପାଇଁ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁର ଚାଷୀ ।

ତିତିଲି ପରବର୍ତ୍ତି ବନ୍ୟାରେ ଅଧିକାଂଶ ଜମିରେ ଧାନ ଫସଲ ନଷ୍ଟ ହୋଇଥିବାବେଳେ ଆଉ କିଛି ସ୍ଥାନରେ ଧାନ ଅଗାଡ଼ି ହୋଇଥିବା ଦେଖିବାକୁ ମିଳିଛି । ଧାର କରଜ କରି ଧାନ ଚାଷ କରିଥିବାବେଳେ ଋଣ ସୁଝିବା ଚିନ୍ତାରେ ପଡ଼ିଛି ଚାଷୀକୂଳ । ଏବେ ବିରି,ମୁଗ, କୋଳଥ ଚାଷ କରି ବେଶ ୨ ପଇସା ଲାଭବାନ ହେବା ପାଇଁ ଆଶା ରଖିଛି ଚାଷୀ । ସେପଟେ ଅଗାଡ଼ି ଧାନକୁ ନ ପୋଡ଼ି ଗୋଟେ ସ୍ଥାନରେ ଏକାଠି ରଖି ଖତ ଓ ସାର ଭାବେ ବ୍ୟାବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।

ବିରି, ମୁଗ ଚାଷ ପାଇଁ ବିହନଠାରୁ ଆରମ୍ଭ କରି ସାର ପ୍ରଦାନ ନେଇ ସରକାର ସମସ୍ତ ସହଯୋଗ କରିବାକୁ ଦାବି ହେଉଛି ।

Get real time updates directly on you device, subscribe now.

Comments
Loading...