News World Odisha
Current News Updates

ଅଟୋଚାଳକଙ୍କ ସନ୍ଦେହଜନକ ମୃତ୍ୟୁ

0 85

ଅଟୋଚାଳକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଅଟୋ ଭିତରୁ ଉଦ୍ଧାର କରାଯାଇଛି ଅଟୋଚାଳକଙ୍କ ମୃତ ଦେହ । ବାଲେଶ୍ୱର କୌଶଲ୍ୟା ମେମୋରିଆଲ  ଗଳି ନିକଟରୁ ଏକ ଅଟୋ ଭିତରୁ ସନ୍ଦେହଜନକ ଭାବେ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ମୃତକ ଜଣକ ହେଉଛନ୍ତି ଜୟନ୍ତ ଦାସ  । ଜଣେ ଯାତ୍ରୀଙ୍କୁ ନେଇ ଜୟନ୍ତ ଚାନ୍ଦିପୁରରେ ଛାଡିବା ପରେ ଷ୍ଟେସନଛକରୁ ଫେରୁଥିଲେ । ତେବେ କିଛି ସମୟ ପରେ ତାଙ୍କୁ ଅଚେତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଜୟନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ ।

Get real time updates directly on you device, subscribe now.

Comments
Loading...