News World Odisha
Current News Updates

ଜାଣନ୍ତୁ ମହୁକୁ କେମିତି ଖାଇଲେ କ’ଣ ମିଳିବ ଫାଇଦା ?

0 372

ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ନିଜ ସ୍ୱସ୍ଥ୍ୟ ପାଇଁ ସମୟ ବାହାର କରିବା ବହୁ କଷ୍ଟକର । ସମୟର ଅଭାବରୁ ବେୟାମ କରିବାର ସୁଯୋଗ ମିଳିପାରେ ନାହିଁ । ଏଥିପାଇଁ ସବୁବେଳେ ଲୋକଙ୍କ ମଧ୍ୟରେ ରକ୍ତ ଚାପ ଓ ମଧୁମେହ ଭଳି ରୋଗ ଦେଖା ଯାଇଥାଏ । ଯଦି ଏମିତି କିଛି ସମସ୍ୟା ଆପଣମାନଙ୍କୁ ବ୍ୟସ୍ତ କରୁଛି ତେବେ ଆପଣ ନିଜ ଖାଇବା ଅଭ୍ୟାସ ଉପରେ ଟିକେ ପରିବର୍ତ୍ତନ କରନ୍ତୁ । ତେବେ ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବାକୁ ମହୁ ହେଲା ମହୌଷଧୀ । ଯାହା ଓଜନ କମାଇବା ସହ ଆଣ୍ଟିବ୍ୟାକ୍ଚେରିଆ ଓ ଆଣ୍ଟିସେପ୍ଟିକ୍ ର ଭୁମିକା ମଧ୍ୟ ନିଭେଇଥାଏ। ତେବେ ଆସନ୍ତୁ ଜାଣିବା ମହୁର କେତେକ ଉପକାରିତା ଏବଂ ଏହାକୁ କେମିତି ଖାଇଲେ ମିଳିବ କେଉଁ ପ୍ରକାର ଫାଇଦା ।

  • ସକାଳୁ ଖାଲିପେଟରେ ଗରମ ପାଣିରେ ମହୁକୁ ମିଶାଇ ଖାଇଲେ ବହୁତ ଶିଘ୍ର ଓଜନ ହ୍ରାସ ହୋଇଥାଏ ।
  • ହୃଦୟ ଜନିତ ରୋଗ ପାଇଁ ଏହା ସଞ୍ଜିବନୀ ଭଳି କାମ ଦେଇଥାଏ ।
  • ପ୍ରତିଦିନ ମହୁ ଖାଇବା ଦ୍ୱାରା କେବଳ ମୁହଁର କଳା ଦାଗ ଓ ବ୍ରଣ ନୁହେଁ ବରଂ ଏହା ମୁହଁର ଚମକ୍ ମଧ୍ୟ ବଢାଇଥାଏ ।

  • ମହୁ,ଲହୁଣୀ ଏବଂ ବେସନର ଫେସପ୍ୟାକ୍ ମୁହଁରେ ଗ୍ଲୋ ଆଣିବାରେ ସହଯୋଗ କରିଥାଏ ।
  • ଏଥିରେ ଆଣ୍ଟିବ୍ୟାକ୍ଚେରିଆ ଓ ଆଣ୍ଟିସେପ୍ଟିକ୍ ଥିବାରୁ ଏହା ଦେହର କ୍ଷତ ସ୍ଥାନକୁ ଭରିବାରେ ସାହାଯ୍ୟ କରିଥାଏ।
  • କମଳା ଏବଂ ବିଲାତି ସହ ମହୁ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ରୋଗରୁ ଆସ୍ୱସ୍ଥି ମିଳିଥାଏ ।
  • ମହୁକୁ ଚା’ ସହ ମଧ୍ୟ ଖାଇପାରିବେ,ଯଦି ଆପଣ ଗ୍ରୀନ୍ ଟି ପିଉଛନ୍ତି ତେବେ ସେଥିରେ କିଛି ମହୁ ମିଶେଇ ପିଅନ୍ତୁ କାରଣ ଚିନି ତୁଳନାରେ ମହୁରୁ ବହୁତ ଫାଇଦା ମିଳିଥାଏ ।
  • ଶୀତ ଦିନେ ଥଣ୍ଡା ଓ ଛିଙ୍କରୁ ଦୂରେଇ ରହିବା ପାଇଁ ଗୋଲମରିଚ଼,ଲିମ୍ବ,ହଳଦୀ ଓ ମହୁ ମିଶେଇ ଖାଇବା ଦ୍ୱାରା ଫାଇଦା ମିଳିଥାଏ ।

  • ଶୋଇବା ପୂର୍ବରୁ ଗରମ କ୍ଷୀରରେ ମହୁ ମିଶେଇ ପିଇବା ଦ୍ୱାରା ନିଦ ନ ଆସିବା ସମସ୍ୟା ଦୂର ହୋଇଥାଏ ।
  • ପ୍ରତିଦିନ କ୍ଷୀର ସହ ମହୁ ପିଇଲେ ଦେହ ଆକ୍ଟିଭ ରହିଥାଏ ।
  • ଖଜୁରି ସହ ମହୁ ଖାଇବା ଦ୍ୱାରା ଓଜନ ବଢିଥାଏ ।
  • ଛୋଟ ପିଲାଙ୍କ ପାଇଁ ମହୁ ଲାଭ ଦାୟକ କିନ୍ତୁ ବର୍ଷକରୁ କମ୍ ପିଲାଙ୍କ ପାଇଁ ଏହା ଉପଯୁକ୍ତ ନୁହେଁ।
  • ମହୁ ଖାଇବା ଦ୍ୱାରା ଦେହର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଦେହ ସୁସ୍ଥ ରହିଥାଏ ।

Get real time updates directly on you device, subscribe now.

Comments
Loading...