News World Odisha
Current News Updates

ବାଜିଲା ହକି ବିଶ୍ୱକପ ବିଗୁଲ,ଓଡ଼ିଶାରେ ଏକାଠି ସାରା ବିଶ୍ୱ

0 262

ସବୁ ପ୍ରତିକ୍ଷାର ଅନ୍ତ ଘଟିଛି। ବାଜି ସାରିଛି ହକି ବିଶ୍ୱକପ ବିଗୁଲ । ଶେଷରେ ଉଦଘାଟିତ ହୋଇଛି ବିଶ୍ୱ ହକି ମହାକୁମ୍ଭ। ବିଶ୍ୱ ହକି ଓ୍ୱାର୍ଲ୍ଡ କପ୍ 2018 କୁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲା ସାରା ବିଶ୍ୱ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ କମ୍ପିଲା କଳିଙ୍ଗ ଷ୍ଟାଡିୟମ । ନାଚ ଗୀତରେ ମତୁଆଲା ହେଲେ ଦର୍ଶକ । ଆଜି ସଂନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ୍ ର ଉଦଘାଟନ କରିଛନ୍ତି।ନେତା,ଅଭିନେତା ସମସ୍ତେ ମଞ୍ଚରେ ଏକାଠୀ ହୋଇଛନ୍ତି ।କିଙ୍ଗ ଖାନ ଶାହରୁଖ ଉଦଘାଟନୀ ଉତ୍ସବରେ ସାମିଲ ହୋଇ ହକୀ କ୍ରେଜକୁ ଦ୍ୱିଗୁଣିତ କରିଛନ୍ତି । ଉଦଘାଟନୀ ଉତ୍ସବରେ ଓଡ଼ିଆ ଭାଷାରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି କିଙ୍ଗ ଖାନ।
ଓଡ଼ିଶାରେ ହୋଇଛି ସାରା ବିଶ୍ୱ   । ଓଡ଼ିଶାରେ ମାଟିରେ ହକି କ୍ରେଜକୁ ଦେଖି ପ୍ରତିଟି ଓଡ଼ିଆ ଗର୍ବ ଅନୁଭବ କରୁଛି।ଏବେ ମଞ୍ଚରେ ଜଲଓ୍ୱା ଦେଖଉଛନ୍ତି ଧକ୍ ଧକ୍ ଗାଲ ମାଧୁରୀ। ରଙ୍ଗବେରଙ୍ଗ ପୋଷାକ ପିନ୍ଧି ଦର୍ଶକଙ୍କ ମନ କିଣୁଛନ୍ତି ମାଧୁରୀ। ମାଧୁରୀଙ୍କ ସହ ନୃତ୍ୟ ପରିବେଶଣ କରୁଛନ୍ତି ବିଭିନ୍ନ ରାଜ୍ୟରୁ,ବିଭିନ୍ନ ଦେଶରୁ ଆସିଥିବା ଶହ ଶହ କଳାକାର।

Get real time updates directly on you device, subscribe now.

Comments
Loading...