News World Odisha
Current News Updates

କେମିତି କଟିବ ଆଜିର ଦିନ

0 174

Get real time updates directly on you device, subscribe now.

ମେଷ: କାରବାର ଲାଗି ଆଜି ଦିନଟି ଭଲ। ଅଚଳାଚଳ ସମ୍ପତି ପ୍ରାପ୍ତି ହୋଇପାରେ । ଭବିଷ୍ୟତକୁ ନେଇ ସାର୍ଥକ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଜୀବନସାଥୀଙ୍କ ସହିତ ଧର୍ମାନୁଷ୍ଠାନକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ହଳଦିଆ ।

ବୃଷ: ଆଜି ସବୁ କିଛି ଠିକ୍‌ଠାକ୍‌ ରହିବ। ମହିଳା ମିତ୍ରଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ହେବ। ଶିକ୍ଷାରେ ମନ ଲାଗିବ । ବିବାହଘର ଆଜି ସ୍ଥିର ହୋଇପାରେ । ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ମହତ୍ତ୍ୱପୂର୍ଣ୍ଣ ରହିବ। ଶୁଭରଙ୍ଗ: ନାରଙ୍ଗୀ ରଙ୍ଗ

ମିଥୁନ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ପଡୋଶିଙ୍କ ସହ ବିବାଦିୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଲାଗିରହିଥିବା କୌଣସି ସମସ୍ୟାର ସମାଧାନ ହେବ। କାର୍ଯ୍ୟକ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବେ। ଅଚାନକ ଧନପ୍ରାପ୍ତି ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ଲାଲ।

କର୍କଟ: ଜରୁରୀ କାମ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ବିଦେଶରୁ କୌଣସି ଖୁସି ଖବର ମିଳିପାରେ । ଜୀବନସାଥୀଙ୍କ ସହିତ ରାଜ୍ୟ ବାହାରକୁ ଯିବାର ଯୋଜନା କରିପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ବାଦାମୀ।

ସି˚ହ: ଦିନଟି ଆପଣଙ୍କ ଲାଗି ଉତ୍ସାହଭରା ରହିବ। ଜୀବନରେ ଲାଗିରହିଥିବା ସ˚ଘର୍ଷ ସମାପ୍ତ ହେବ। ଅଚାନକ ଧନପ୍ରାପ୍ତି ହେବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ମନ ଆଜି ପ୍ରସନ୍ନ ରହିବ ।  ପ୍ରେମିକାଙ୍କୁ କିଛି ଉପହାର ଦିଅନ୍ତୁ; ସମ୍ବନ୍ଧରେ ଆହୁରି ମଧୁରତା ଆସିବ। ଶୁଭରଙ୍ଗ: ପ୍ରିଣ୍ଟେଡ ତଥା ମଲ୍ଟି ରଙ୍ଗ
କନ୍ୟା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଧନଲାଭର ନୂଆ ରାସ୍ତା ଖୋଲିବ। ସବୁ କାମ ଆପଣଙ୍କ ମନମୁତାବକ ହେବ। କୌଣସି କ˚ପାନିରେ ଚାକିରିର ପ୍ରସ୍ତାବ ମିଳିପାରେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ମହତ୍ତ୍ୱପୂର୍ଣ୍ଣ ରହିବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା।

ତୁଳା: ସ୍ଥଗିତ ଥିବା କାମରେ ସମାଧାନ ମିଳିବା ହେତୁ ମାନସିକ ଶାନ୍ତି ଅନୁଭବ କରିବେ। ନିଜ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ଭାଇଭଉଣୀଙ୍କ ସହିତ ବୁଝାମଣା ଠିକ୍‌ ରହି ନପାରେ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଶୁଭରଙ୍ଗ: କଳା  

ବିଛା: ପୂଜାପାଠରେ ଅଧିକ ସମୟ ବିତିବ। ପ୍ରେମ ସମ୍ପର୍କରେ ମଜବୁତି ଆସିବ । ବୁଦ୍ଧିଜୀବୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଉନ୍ନତି ଲାଗି ଅଲଗା ଅଲଗା ରାସ୍ତା ସାମନାକୁ ଆସିବ। ବାକିଆ ପଇସା ମିଳିବ। ଛାତ୍ରଙ୍କୁ କୌଣସି ମିତ୍ରଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଗୋଲାପି।
ଧନୁ: ଆଜି କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ । କୌଣସି ନା କୌଣସି ସମସ୍ୟାର ମୁକାବିଲା କରିବେ। ଏକାଗ୍ରତାର ସହିତ କାମ କରନ୍ତୁ, ପରିଶ୍ରମର ଫଳ ପାଇବେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ଆସିବ। ସାର୍ବଜନିକ ଜୀବନରେ ଯଶ, ମାନ ଓ ପ୍ରତିଷ୍ଠା ପାଇବେ। ଶୁଭରଙ୍ଗ: ବାଇଗଣୀ।

ମକର: ଆଜି ସମସ୍ୟାରୁ ମୁକ୍ତିର ପ୍ରୟାସ କରିବେ । ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁରାଜନୀତିକ ନେତାମାନଙ୍କ ଲାଗି ଦିନଟି ଶୁଭ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ସବୁଜ ।

କୁମ୍ଭ: ବିଦେଶରୁ ଖୁସି ଖବର ମିଳିପାରେ । ଆଜି ଧାର୍ମିକ ଯାତ୍ରାରେ ବାହାରକୁ ଯାଇପାରନ୍ତି । ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ଜ୍ଞାନ ଓ ବୁଦ୍ଧିବଳ ପ୍ରୟୋଗ କରନ୍ତୁ; ସଫଳତା ପାଇବେ। କ୍ୟାରିୟର ପାଇଁ ନୂଆ ରାସ୍ତା ଉନ୍ମୁକ୍ତ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କ କ୍ୟାରିୟରରେ ବଡ଼ ସଫଳତା ମିଳିବ। ଶୁଭରଙ୍ଗ: ଲାଲ।

ମୀନ: ଦିନଟି ଆପଣଙ୍କ ଲାଗି ଏତେଟା ଭଲ ନୁହେଁ । କିଛି କାମ ବିଗିଡି ଯାଇପାରେ । ବେକାରଙ୍କୁ ରୋଜଗାରର ନୂଆ ଅବସର ମିଳିବ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ରାଜନୀତିରେ ଯେଉଁମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ଲାଭ ପ୍ରାପ୍ତ ହେବ। ଶୁଭରଙ୍ଗ: ବ୍ରାଉନ ।  

Get real time updates directly on you device, subscribe now.

Comments
Loading...