News World Odisha
Current News Updates

ଓଡିଶା ଛାଡିଲେ ମାଧୁରୀ

0 437

Get real time updates directly on you device, subscribe now.

ଓଡିଶା ଛାଡିଲେ ମାଧୁରୀ ଦୀକ୍ଷିତ୍। ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ମାଧୁରୀ ଗତ ସୋମବାରରୁ ଭୁବନେଶ୍ୱର ଆସିଥିଲେ। ଗତକାଲି ଉଦଘାଟୀ ଉତ୍ସବରେ ମାଧୁରୀଙ୍କ ଜବରଦସ୍ତ ପରଫରମାନ୍ସ ଦେଖିବାକୁ ମିଳିଥିଲା । ଗତକାଲି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ହକି ଉଦଘାଟନୀ ସମାରୋହରେ ୮ଶହ କୁନି କଳାକାରଙ୍କ ମଝିରେ ମଦର ଆର୍ଥ ହୋଇ ବିଶ୍ୱକୁ ଏକତାର ବାର୍ତା ଦେଇଛନ୍ତି ବଲିଉଡ୍ ଧକ୍ ଧକ୍ ଗାର୍ଲ । ଏଥିସହିତ ନିଜର ନୃତ୍ୟରେ ସେ ଦର୍ଶକଙ୍କ ମନମୋହିଥିଲେ ମାଧୁରୀ ଦୀକ୍ଷିତ । ମାଧୁରୀ ମଧ୍ୟ ଓଡ଼ିଶାବାସୀଙ୍କ ପ୍ରେମ ଓ ସମ୍ମାନ ପାଇଁ ଧନ୍ୟବାଦ ଜଣାଇବା ସହ ହକି ବିଶ୍ୱକପର ଗ୍ରାଣ୍ଡ ଓପନିଂ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ହକି ଟିମକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମାଧୁରୀ ।

 

Get real time updates directly on you device, subscribe now.

Comments
Loading...