News World Odisha
Current News Updates

ଆତ୍ମବିଶ୍ୱସରୁ ଅପରାଜିତା…ବିଶ୍ୱ ଏଡ୍‌ସ ଦିବସରେ ପ୍ରେରଣା ପାଇଁ ପଢନ୍ତୁ ବାଲେଶ୍ୱରର କାହାଣୀ

0 129

Get real time updates directly on you device, subscribe now.

ଅସାବଧାନତା ଓ ସଚେତନତା ଅଭାବରୁ ଏଚ୍‌ଆଇଭି ଭୂତାଣୁ ଶରୀରରୁ ଶରୀରକୁ ମାଡ଼ି ଯାଇଥାଏ । ଏହି ଭୂତାଣୁ ଠାରୁ ଦୂରେଇ ରହିବାକୁ ସଚେତନତା ସୃଷ୍ଟି କରୁଛନ୍ତି ବାଲେଶ୍ୱର ଜିଲ୍ଲାର ଏକାଧିକ ଏଚ୍‌ଆଇଭି ସଂକ୍ରମିତ । ଏମାନେ କେବଳ ନିଜେ ବଂଚି ନାହାଁନ୍ତି, ଅନ୍ୟକୁ ଜୀବନ ସହ ସଂଗ୍ରାମ କରି ବଞ୍ଚିବାର ବାଟ ଦେଖାଇଛନ୍ତି ।

ତେବେ ଏମିତି ଏକ ଉଦାହରଣ ପାଲଟିଛନ୍ତି ଜଣେ ମହିଳା । ସ୍ୱାମୀଙ୍କ ଠାରୁ ପ୍ରାୟ ୫ ବର୍ଷ ପୂର୍ବରୁ ମହିଳାଙ୍କ ଶରୀରକୁ ପ୍ରବେଶ କରିଥିଲା ଏଚ୍‌ଆଇଭି ଭୂତାଣୁ । ତାଙ୍କ ଶୀରରରେ ଏହି ଭୂତାଣୁ ଚିହ୍ନଟ ପରେ ସେ ହତାଶ ହୋଇପଡ଼ିଥିଲେ । ପରବର୍ତ୍ତି ସମୟରେ ତାଙ୍କୁ ବଞ୍ଚିବାର ବାଟ ଦେଖାଇଥିଲା ଜିଲ୍ଲା ଏଡ଼ସ୍ ପ୍ରିଭେନସନ ଆଣ୍ଡ କଣ୍ଟ୍ରୋଲ ୟୁନିଟ୍‌ । ଏହି ବିଭାଗ ଜରିଆରେ ଚିକିତ୍ସା ହେବା ସହିତ ଜିଲ୍ଲାରେ ଏଚ୍‌ଆଇଭି ସଂକ୍ରମଣ ରୋକିବା ପାଇଁ କାମ କରୁଥିବା ଏକ ପ୍ରୋଜେକ୍ଟରେ ମହିଳା ଜଣକ ନିଯୁକ୍ତି ପାଇଛନ୍ତି । ତାଙ୍କ ଦୃଢ଼ ମନୋବଳ ତାଙ୍କୁ ଆଜି ଜୀଇଁବାର ରାହା ଦେଖାଇଛି । ପ୍ରତ୍ୟହ ସେ ଏହି ଭୁତାଣୁରେ ସଂକ୍ରମିତ ଲୋକଙ୍କୁ ଭେଟୁଛନ୍ତି । ଚିକିତ୍ସା ପ୍ରଣାଳି ଯାଞ୍ଚ କରିବା ସହ ଭୂତାଣୁ ପ୍ରତି ସାବଧାନ ଓ ସତର୍କ ରହିବାକୁ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି ।

ତେବେ ଏହି ଭୂତାଣୁ ଶରୀରରେ ପ୍ରବେଶ କରବାମାତ୍ରେ କିଛିଦିନ ମଧ୍ୟରେ ଶରୀରକୁ ଦୁର୍ବଳ କରିଦିଏ । ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ନଷ୍ଟ କରିଦେଇଥାଏ । ଏହି ସମୟରେ ସଂକ୍ରମିତ ଲୋକର ଦୃଢ଼ ମନୋବଳ ଓ ଉପଯୁକ୍ତ ସମୟରେ ସଠିକ୍‌ ଚିକିତ୍ସା ବଞ୍ଚିବାକୁ ସାହସ ଯୋଗାଇଥାଏ । ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ୨୦୦୩ରୁ ଏଯାଏଁ ବାଲେଶ୍ୱର ଜିଲ୍ଲାରେ ୧୫୦୮ ଜଣ ଏଚ୍‌ଆଇଭି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ୭୪୯ଜଣ ପୁରୁଷ, ୪୯୬ ଜଣ ମହିଳା ଓ ୧୫୮ ଜଣ ଶିଶୁ ଅନ୍ତର୍ଭୁକ୍ତ । ୨୦୧୫ ଠାରୁ ଏହି ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି । ଉପରୋକ୍ତ ମହିଳା ଓ ଏକାଧିକ ସ୍ୱେଚ୍ଛାସେବୀଙ୍କ ଉଦ୍ୟମ ସହ ସରକାରୀ ଯୋଜନା ମାଧ୍ୟମରେ ଏଚ୍‌ଆଇଭି ସଂକ୍ରମଣକୁ କେତେକାଂଶରେ ରୋକାଯାଇପାରିଥିବା କୁହାଯାଇଛି।

Get real time updates directly on you device, subscribe now.

Comments
Loading...