News World Odisha
Current News Updates

କଳିଙ୍ଗ ଷ୍ଟାଡିୟମରେ କିଏ ଏହି ଗହମଗୋରୀ ?

0 5,251

Get real time updates directly on you device, subscribe now.

ସଲମାନ୍‌, ଶାହାରୁଖ, ଏ.ଆର.ରେହମାନ ଓ ମାଧୁରୀ ଦିକ୍ଷିତ୍‌। ବିଶ୍ୱକପ୍‌ ହକିର ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ ଷ୍ଟାରଙ୍କ ଏ ଭିଡ଼କୁ ନେଇ ସମ୍ମାନର ବର୍ଷା ହୋଇଛି, ସମାଲୋଚନାର ଯୁଦ୍ଧ ବି ଚାଲିଛି। ହେଲେ ଆଜି ନ୍ୟୁଜ୍‌ ୱାର୍ଲ୍ଡ ଓଡିଶା ଆପଣଙ୍କୁ ଭେଟାଇବ ଜଣେ ଏମିତି ଅତିଥିଙ୍କୁ, ଯାହାଙ୍କୁ ଦେଖିଲେ ଆପଣଙ୍କ ମନ କୁଣ୍ଢେମୋଟ ହୋଇଯିବ। ସେ ଏମିତି ଜଣେ ଅତିଥି,ଯିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ପାଇ ଚାଲି ଆସିଛନ୍ତି ସୁଦୂର ଅଷ୍ଟ୍ରେଲିଆରୁ। କଳିଙ୍ଗର ଭିଡ଼ ଭିତରେ କଙ୍ଗାରୁ ରାଇଜର କୁନି ବ୍ରାଣ୍ଡ୍ ଆମ୍ବାସଡରଙ୍କୁ। ଆଉ ଶୁଣିଥିଲେ ଅଷ୍ଟ୍ରେଲିଆର ଗୋଲଡକୋଷ୍ଟରୁ ଓଡିଶାର ଗୋଲ୍‌ପୋଷ୍ଟର କାହାଣୀ।….

 

ବିଦେଶୀନିର ରଙ୍ଗ, ହେଲେ ଗଠନ କିନ୍ତୁ ଭାରତୀୟ ଭଳି। ଭାରତୀୟ ବଂଶଦ୍ଭୋବ ନିଷ୍ଠା। ସୁଦୂର ଅଷ୍ଟ୍ରେଲିଆରୁ ଚାଲି ଆସିଛି ବିଶ୍ୱ କପ୍‌ ହକି ଦେଖିବାକୁ । ବାପାଙ୍କ ହାତ ଧରି ସେ ଘୂରି ବୁଲୁଛି ସାରା କଳିଙ୍ଗ ଷ୍ଟାଡିୟମ୍‌। ତେବେ କେମିତି ଆସିଲା ନିଷ୍ଠା, କିଏ ଦେଇଥିଲା ନିମନ୍ତ୍ରଣ ?

୮ବର୍ଷର ନିଷ୍ଠା। ଶରୀରର ହାଡ଼ ପାକଳ ହେବା ପୂର୍ବରୁ ହକି ମାୟାରେ ସେ ବାୟା। କେବଳ ଖେଳେନି ବଂର ଯେଉଁଠି ବି ଖେଳ ହୁଏ ପୁରା ପରିବାରକୁ ସାଥୀରେ ନେଇ ସେ ଚାଲିଯାଏ ଦର୍ଶକ ସାଜି। ବ୍ଳ ଟର୍ଫରେ ନାଚେ ହକି ଷ୍ଟିକ୍‌। ଆଉ ସେ ନାଚେ ଗ୍ୟାଲେରୀରେ।

ସେଦିନ ଅଷ୍ଟ୍ରେଲିଆରେ ଚାଲିଥାଏ କମନ୍‌ୱେଲ୍‌ଥ ଗେମ୍‌ସ । ଖେଳ ଆୟୋଜନର ଅନୁଭୂତି ନେବାକୁ ଓଡିଶାରୁ ଯାଇ ଗୋଲ୍‌ଡକୋଷ୍ଟରେ ପହଞ୍ଚିଥାନ୍ତି ଓଡିଶା କ୍ରୀଡା ବିଭାଗ ସଚିବ ବିଶାଲ୍‌ ଦେବ, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ତତ୍‌କାଳୀନ ଉନ୍ନୟନ କମିଶନର ଆର୍‌.ବାଲ୍‌କ୍ରିଷ୍ଣନ୍‌। ଗ୍ୟାଲେରୀରେ ମାତ୍ର ଗୋଟିଏ ଝଲ୍‌କ । ନିଷ୍ଠାର ଖେଳପ୍ରତି ନିଷ୍ଠା ଦେଖି ଖୁସ୍‌ ହୋଇଯାଇଥିଲେ ମନ୍ତ୍ରୀ ଓ ବାବୁ।

ଅଷ୍ଟ୍ରେଲିଆରେ ନିଷ୍ଠା ଦେଲା ଓଡିଶା ଆସିବାର ପ୍ରତିଶୃତି ।  ଆଉ ଓଡିଶାରୁ ନବୀନ ପଠାଇଲେ ନିମନ୍ତ୍ରଣ। ଆଉ ଏ ହେଉଛି ଭଲପାଇବା ଓ ଭାବପ୍ରବଣତାର ସେହି ଦୃଶ୍ୟ। ନିଷ୍ଠା ସାଜିଛି ବିଶ୍ୱ କପ୍‌ର କୁନି ଆମ୍ବାସଡ୍‌ର।…

ବିଶ୍ୱକପ୍‌ ଆୟୋଜନ ପାଇଁ କଳିଙ୍ଗର ଛାତିରେ ଲେଖି ହୋଇଯିବ ଇତିହାସ।  ଆଉ କଙ୍ଗାରୁ ରାଇଜର ଏ କୁନି ଝିଏ। ସେ ମନେ ରହିଯିବ ସବୁଦିନ ପାଇଁ ।…

Get real time updates directly on you device, subscribe now.

Comments
Loading...