News World Odisha
Current News Updates

ଚହଟୁଛି ରାଜଧାନୀ

0 103

ରାଜଧାନୀରେ ଆରମ୍ଭ ହୋଇଛି ଇଣ୍ଟରନ୍ୟାସନାଲ ଫୁଡ୍‌ ଫେଷ୍ଟିଭାଲ୍‌ । ଦେଶୀ ଫୁଡ୍‌ ସହ ୧୬ ଦେଶର ଖାଇବାର ମଜା ଉଠାଉଛନ୍ତି ଖାଦ୍ୟପ୍ରେମୀ। ଆରମ୍ଭ ହୋଇଥିବା ଡଟ୍‌ ଫେଷ୍ଟର ଏକ ଅଂଶ ଭାବେ ଆରମ୍ଭ ହୋଇଛି ଇଣ୍ଟରନ୍ୟାସନାଲ ଫୁଡ୍‌ ଫେଷ୍ଟିଭାଲ। 

ଯଦି ଆପଣ ଫୁଡି….ନୂଆ ନୂଆ ଡିସ୍‌ ଟେଷ୍ଟ କରିବାକୁ ପସନ୍ଦ କରନ୍ତି । ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ରାଜଧାନୀରେ ଆରମ୍ଭ ହୋଇଛି ଇଣ୍ଟରନ୍ୟାସନାଲ ଫୁଡ୍‌ ଫେଷ୍ଟିଭାଲ ।  ଜାପାନିଜ୍‌‌ରୁ ଜର୍ମାନ୍‌…। ମେକ୍ସିକାନରୁ ମଙ୍ଗୋଲିଆନ୍ । ଟେଷ୍ଟି ଟେଷ୍ଟି  ଆଉ ଲଜତ୍‌ଦାର୍‌ । ଭେଜ୍‌ ଓ ନନ୍‌ଭେଜ୍‌ ଆଇଟମର ପୂରା ଖଜାନା । ଗୋଟିଏ ଜାଗାରେ ୧୬ ଦେଶର ବିଭିନ୍ନ ଭେରାଇଟର ଫୁଡ୍‌ ।  ଏଥିପାଇଁ ଆପଣଙ୍କୁ ପ୍ରଦର୍ଶନୀ ପଡ଼ିଆକୁ ଆସିବାକୁ ପଡ଼ିବ । କାରଣ ରାଜଧାନୀରେ ଆରମ୍ଭ ହୋଇଛି, ଇଣ୍ଟରନ୍ୟାସନାଲ ଫୁଡ୍‌ ଫେଷ୍ଟିଭାଲ । ସାଉଦି ଆରବର ବୋଟି ମରତଓ୍ଵାନ କାଠି…ଇରାନୀ ଟି…। ଫ୍ରାନ୍ସର ଫ୍ରେଞ୍ଚ୍ ଫ୍ରାଏସ୍‌ ଓ ଚିଜି ଭେଟିଟେବଲ । ସିଜୁଆନ ମସରୁମଠୁ ଆରମ୍ଭ କରି ଭେଜିଟେବଲ ଚିଲିମିଲ…। ଏମିତି ଦେଶୀ ବିଦେଶୀ ଫୁଡ୍‌ର ମେଳା ଲାଗିଛି ପ୍ରଦର୍ଶନୀ ପଡ଼ିଆରେ ।  

କେବଳ ବିଦେଶୀ ନୁହେଁ, ଓଟିଡିସିର କାକରା, ଛେନାପୋଡ଼, ଛେନାଝିଲ୍ଲୀ ଭଲି ପାରଂପରିକ ଓଡ଼ିଆ ଖାଦ୍ୟ ମିଳୁଛି । ରାଜଧାନୀର ବିଭିନ୍ନ ନାମୀଦାମୀ ହୋଟେଲ ଓ ରେସ୍ତୋରାଁ ପକ୍ଷରୁ ବି ଖୋଲିଛି ୨୪ଟି ଷ୍ଟଲ୍‌ । ଦେଶୀ ଖାଦ୍ୟ ସାଙ୍ଗକୁ ବିଶ୍ୱକପ୍‌ ହକିରେ ଭାଗ ନେଇଥିବା ୧୬ ଦେଶର ସୁସ୍ୱାଦୁ ଖାଦ୍ୟ ମିଳୁଛି । ବିଡିଏ ଓ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଡଟ୍‌ ଫେଷ୍ଟର ଏକ ଅଂଶ ହେଉଛି ଏହି ଆନ୍ତର୍ଜାତୀକ ଫୁଡ୍‌ ଫେଷ୍ଟିଭାଲ । କିଛି ଚିହ୍ନା ଓ କିଛି ନୂଆ ଡିସ୍‌ । କିଛି ଖାଦ୍ୟର ନାଁ ପାଟିରେ ପଶୁନି, କିନ୍ତୁ କିଛି ନୂଆ ଫୁଡ୍‌ ଟେଷ୍ଟ କରିବାକୁ ଖାଦ୍ୟପ୍ରେମୀଙ୍କୁ ଟାଣୁଛି, ଇଣ୍ଟରନ୍ୟାସନାଲ ଫୁଡ୍‌ ଫେଷ୍ଟିଭାଲ୍‌ । ଯାହାର ମଜା ଡିସେମ୍ବର ୧୬ ଯାଏ ନେଇପାରିବେ ଖାଦ୍ୟପ୍ରେମୀ। 

 

Get real time updates directly on you device, subscribe now.

Comments
Loading...