News World Odisha
Current News Updates

ବଦଳିବ ଆଇନ୍

0 60

ଢେଙ୍କାନାଳ ସେଲଟର ହୋମ କେଳେଙ୍କାରୀ ପ୍ରସଙ୍ଗରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି, ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ପକ୍ଷରୁ ବେଆଇନ୍‌ ଭାବେ ସେଲଟର ହୋମ୍‌ ଚଲାଯାଉଥିଲା । ରାଜ୍ୟରେ ସଂସ୍ଥାର ୨୨ଟି ଶାଖା ରହିଛି । ସବୁ ଶାଖା ଉପରେ ଚଢ଼ାଉ ପାଇଁ ନିର୍ଦ୍ଦେଶ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସେଲଟର ହୋମ୍‌ ନିୟମରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ଆଇନ ପରାମର୍ଶଦାତାଙ୍କ ସହ ଆଲୋଚନା କରାଯାଇଛି । ଆଇନରେ ସଂଶୋଧନ ପାଇଁ ସରକାର ବିଲ୍‌ ଆଣିବେ । ଅନ୍ତେବାସୀଙ୍କୁ ଶାରିରୀକ ନିର୍ଯାତନା ପରି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ସଂସ୍ଥାକୁ ଛଡ଼ାଯିବନି । ଦୋଷୀ ଅଧିକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।..

Get real time updates directly on you device, subscribe now.

Comments
Loading...