News World Odisha
Current News Updates

ରିଲିଜ ହେଲା ସିମ୍ବା’ର ଟ୍ରେଲର

0 69

Get real time updates directly on you device, subscribe now.

 

ବିବାହ ପରେ ରଣବୀର ସିଂଙ୍କ ନୂଆ ଫିଲ୍ମ ସିମ୍ବା 28 ଡିସେମ୍ବରରେ ରିଲିଜ ହେବାକୁ ଯାଉଛି ଯାହାର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟୀ । ତେବେ ଏହାର ଟ୍ରେଲର ରିଲିଜ ହୋଇଯାଇଛି । ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସକତା ବଢିବାରେ ଲାଗିଛି । ଟ୍ରେଲରରେ ରଣବୀର ସିଂଙ୍କୁ ଜଣେ ପୁଲିସ୍ ଅଫିସର ଭୂମିକାରେ ଦେଖିବାକୁ ମିଳିଛି । ପିଲ୍ମଟି ଧର୍ମା ପ୍ରଡକ୍ସନ ଏବଂ ରୋହିତ ସେଟ୍ଟୀଙ୍କ ପ୍ରଡକ୍ସନରେ ତିଆରି କରାଯାଇଛି । ଫିଲ୍ମଟି ଏଇ ବର୍ଷର ରଣବୀରଙ୍କ ଦ୍ୱିତୀୟ ଫିଲ୍ମ । ତେବେ ସିମ୍ବାରେ ରଣବୀରଙ୍କ ବିପକ୍ଷରେ ରହିଛନ୍ତି ସୈଫ ଅଲ୍ଲୀ ଖାନ ଏବଂ ଅମୃତାଙ୍କ ଝିଅ ସାରା ଅଲ୍ଲୀ ଖାନ୍ ।

ଏହାସହ ରଣବୀରଙ୍କ ସାଥ୍ ଦେଇଛନ୍ତି ଅଜୟ ଦେବଗନ୍ । ତେବେ ଏଥିରେ ଅଜୟଙ୍କ ଫିଲ୍ମ “ସିଙ୍ଘମ”ର କିଛି ଅଂଶ ଟ୍ରେଲରରେ ଚାର ଚାନ୍ଦ ଲଗାଇଛି ।  ଯାହା ଏବେ ଟ୍ରେଲରଟି ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.

Comments
Loading...