News World Odisha
Current News Updates

ହକି ବିଶ୍ୱକପ୍‌: ଇଂଲଣ୍ଡକୁ ୩-୦ରେ ହରାଇଲା ଅଷ୍ଟ୍ରେଲିଆ

0 90

Get real time updates directly on you device, subscribe now.

ହକି ବିଶ୍ୱକପ୍‌ ଜିତିବାର ପ୍ରବଳ ଦାବିଦାର ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ ଖେଳିବାକୁ ଆଉ ପାଦେ ଆଗେଇଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୩-୦ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଏବେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ମ୍ୟାଚ୍‌ ଆରମ୍ଭରୁ ଦୁଇ ଦେଶ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଉଭୟ ଦେଶ ପରସ୍ପରର ଗୋଲ ପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲେ ବି କେହି କାହାରିକୁ ଗୋଲ ଦେଇ ପାରି ନଥିଲେ। ଫଳରେ ପ୍ରଥମ ୩ଟି କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା। ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ୪ର୍ଥ କ୍ୱାର୍ଟରରେ ନିଜର ରଣନୀତି ବଦଳାଇଥିଲା। ଦଳକୁ ମ୍ୟାଚ୍‌ର ୪୭ତମ ମିନିଟ୍‌ରେ ସଫଳତା ମିଳିଥିଲା। ଦଳ ପକ୍ଷରୁ ଜେକ ହୁଇଟନ୍‌ ଗୋଲ୍‌ କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ଏହାର ୩ ମିନିଟ୍‌ ପରେ ଷ୍ଟାର ଖେଳାଳି ବ୍ଲେକ ଗ୍ଲୋଭର୍ସ ଆଉ ଏକ ଗୋଲ କରିଥିଲେ। ଇଂଲଣ୍ଡ ୨-୦ରେ ପଛୁଆ ଥିବାରୁ କମ୍‌ବ୍ୟାକ୍‌ ଲକ୍ଷ୍ୟ ରଖିଥିଲା। ହେଲେ ୫୬ତମ ମିନିଟ୍‌ରେ କୋର ୱେୟର ଗୋଲ ସ୍କୋର କରି ଇଂଲଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

 

Get real time updates directly on you device, subscribe now.

Comments
Loading...