News World Odisha
Current News Updates

ଜେଲରେ କେମିତି କରୁଥିଲେ ରାଜୁତି ?

0 117

Get real time updates directly on you device, subscribe now.

ନ୍ୟୁଜ୍‌ ଓ୍ଵାର୍ଲଡ ଓଡିଶାର ମହା ପ୍ରଭାବ । ବାଲେଶ୍ୱର ନୀଳଗିରି ସବଜେଲରେ ଜେଲରଙ୍କ ସ୍ୱାମୀଙ୍କ ରାଜୁତି ଘଟଣାର ହେବ ତଦନ୍ତ । ତେବେ ଘଟଣାର ପ୍ରଥମେ ଖୁଲାସା କରିଥିଲା ନ୍ୟୁଜ ଓ୍ଵାର୍ଲଡ ଓଡ଼ିଶା । ଘଟଣାର ଖୋଳତାଡ ଆରମ୍ଭ କରିଛନ୍ତି ଜେଲ ଡିଆଇଜି । ଏନେଇ ତଦନ୍ତ କରିବାକୁ ପୁଲିସ ମୁଖ୍ୟାଳୟକୁ ଚିଠି ଲେଖିଛନ୍ତି ଡିଆଇଜି । କେଉଁ ପରିସ୍ଥିତିରେ ଜେଲର ମମତା ବାଳାଙ୍କ ସ୍ୱାମୀ ଜେଲର ସବୁ କାମ ବୁଝାବୁଝି କରୁଥିଲେ ତାର ତଦନ୍ତ କରାଯିବ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଆଇଜି । ଜେଲର ମମତାବାଳା ପାତ୍ର ଗତ ଦୁଇ ବର୍ଷ ହେବ ସେଠାରେ କାମ କରିଆସୁଛନ୍ତି । ଜେଲ୍‌ ଭିତରର ଏହି ଘରୋଇ ବ୍ୟାପାର ପଦାକୁ ଆସିବା ପରେ ନୀଳଗିରିରେ ହଇଚଇ ସୃଷ୍ଟି ହୋଇଥିଲା। ଏଭିଳି ବେଆଇନ କାରବାରକୁ ସବୁ ମହଲରେ ନିନ୍ଦା କରାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ଏପରିକି କାର୍ଯ୍ୟାନୁଷ୍ଠାନ ଦାବିରେ ଜେଲ୍‌ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ ସ୍ଥାନୀୟ ଜନ ପ୍ରତିନିଧି ।

Get real time updates directly on you device, subscribe now.

Comments
Loading...