News World Odisha
Current News Updates

ରିମାଣ୍ଡରେ ଯିବେ ଫଏଜ ରେହମନ୍

0 51

ଆଜି ରିମାଣ୍ଡରେ ଯିବେ ଫଏଜ ରେହମାନ୍ । ଢେଙ୍କାନାଳ ବେଲଟିକିରି ସେଲଟର ହୋମ ନାବାଳିକା ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ ସଂସ୍ଥାର ମୁଖ୍ୟ  ଫଏଜ  ରେହମାନ୍ । ତାଙ୍କୁ  ରିମାଣ୍ଡରେ ନେବ ଢେଙ୍କାନାଳ ପୋଲିସ । ୩ ଦିନଆ ରିମାଣ୍ଡରେ ନେବାପାଇଁ ସ୍ୱତନ୍ତ୍ର ପୋକୋସୋ କୋର୍ଟରେ ଆବେଦନ କରିଥିଲା ପୋଲିସ ।  ଏହି ଆବେଦନର ଣୁଣାଣି କରି ଦୁଇଦିନର ରିମାଣ୍ଡ ପାଇଁ ମଞ୍ଜୁରି ପ୍ରଦାନ କରିଥିଲେ କୋଟ୍‌  । ଗତ ରବିବାର ସଂସ୍ଥାର ୩ ଜଣଙ୍କୁ ଗିରଫ କରଥିଲା ପୋଲିସ । ସଂସ୍ଥାର ଅଧ୍ୟକ୍ଷ ଫଏଜ ରେହମାନ, ଶାଖା ପରିଚାଳକ ସୀମାଞ୍ଚଳ ନାଏକ ଓ ସହପରିଚାଳକ ଉଦିତ ଲିମାଙ୍କୁ ପୋକୋସୋ ଆଇନ ଅନୁଯାୟୀ ଗିରଫ କରିଥିଲା ପୋଲିସ । ଡାକ୍ତରୀ ମାଇନା ପରେ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଗୁଡ ନିଉଜ ଇଣ୍ଡିଆ ଡ୍ରିମ ହାଉସ ସେଲଟର ହୋମରେ ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗରେ ଢେଙ୍କାନାଳ ସଦର ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା । ଯାହାର ତଦନ୍ତ ପରେ ପୋଲିସ ୩ ଅଧିକାରୀଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.

Comments
Loading...