News World Odisha
Current News Updates

ଅନାଥାଶ୍ରମରେ ଦକ୍ଷିଣ ଆଫ୍ରିକା ଟିମ୍

ଦକ୍ଷିଣ ଆଫ୍ରିକା ଟିମ୍‌ ଅନାଥ ପିଲାଙ୍କ ସହ ନିଆରା ଢ଼ଙ୍ଗରେ କାଟିଛନ୍ତି ସମୟ

0 174

Get real time updates directly on you device, subscribe now.

ରାଜଧାନୀରେ ଚାଲିଛି ହକି ମହାକୁମ୍ଭ । ଏହାରି ଭିତରେ ବିଦେଶୀ ଖେଳାଳି ଫୁରସତ ସମୟରେ କିଏ ସି ବିଚ୍‌ରେ ତ ଆଉ କିଏ ପର୍ଯ୍ୟଟନ ସ୍ଥଳୀରେ । କିନ୍ତୁ ଦକ୍ଷିଣ ଆଫ୍ରିକା ଟିମ୍‌ ଅନାଥ ପିଲାଙ୍କ ସହ ନିଆରା ଢ଼ଙ୍ଗରେ କାଟିଛନ୍ତି ସମୟ । କୁନି କୁନି ପିଲାଙ୍କ ସହ ଆଫ୍ରିକୀୟ ସଂଗୀତରେ ମଜା ନେବା ସହ ସେମାନଙ୍କ ଓଡ଼ିଶୀ ନୃତ୍ୟ ଦେଖି ବିମୋହିତ ହୋଇଥିଲେ । ଦକ୍ଷିଣ ଆଫ୍ରିକା ହକି ଖେଳାଳିମାନେ
ନାଚିଲେ , ଖେଳିଲେ, ଆଉ ସେଲଫି ନେଲେ ।


ଏ ଦୃଶ୍ୟ କିନ୍ତୁ ହକି ଗ୍ରାଉଣ୍ଡର ନୁହଁ, ଏହା ହେଉଛି SOS CHILDRENS VILLAGE ପରିସରର ଦୃଶ୍ୟ । ଯେଉଁଠି ଅନାଥ ପିଲାଙ୍କ ସହ ସମୟ କାଟିଛନ୍ତି ଦକ୍ଷିଣ ଆଫ୍ରିକା ଟିମର ହକି ଖେଳାଳି । ହକି ଖେଳାଳିଙ୍କୁ ପାଖରେ ପାଇ ପିଲାମାନଙ୍କ ଖୁସି କହିଲେ ନସରେ । ଫୁଲ, ଚନ୍ଦନ ଦୀପ ବୁଲାଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଜମିଥିଲା ନାଚଗୀତ ଆସର । ଦକ୍ଷିଣ ଆଫ୍ରିକୀୟ ଗୀତର ତାଳେ ତାଳେ ଝୁମିଥିଲେ ଖେଳାଳି ଓ ପିଲାମାନେ । କୁନି କୁନି ପିଲାଙ୍କ ଓଡ଼ିଶୀ ନୃତ୍ୟ ଖେଳାଳିଙ୍କୁ ବିମୋହିତ କରିଥିଲା ।

ଦକ୍ଷିଣ ଆଫ୍ରିକାର ଏହି ଖେଳାଳିମାନେ ପିଲାଙ୍କ ସହ ବେଶ୍‌ କିଛି ସମୟ କାଟିଥିଲେ । ଏଠାରେ ଚାଲିଥିବା ଚାଇଲଡ଼୍ କେୟାର କନସେପ୍ଟକୁ ଖେଳାଳି ମାନେ ପ୍ରଶଂସା କରିଥିବା କହିଛନ୍ତି ଏସଓଏସ ଭିଲେଜର ନିର୍ଦ୍ଦେଶକ ।

ବିଶ୍ୱକପ ହକି ରେ ଆସନ୍ତା ୮ରେ ଦକ୍ଷିଣ ଆଫ୍ରିକା ସହ ବେଲଜିୟମର ମୁକାବିଲା ରହିଛି । ଖେଳର ଚାପରୁ ବାହାରି ନିଜକୁ ରିଲାକ୍ସ ରଖିବା ପାଇଁ ଖେଳାଳିମାନେ ଏପରି ବିଭିନ୍ନ ସ୍ଥାନ ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments
Loading...