News World Odisha
Current News Updates

ସ୍ମାର୍ଟ ସିଟି ରେସ୍ ରେ ବ୍ରହ୍ମପୁର !!

ଭୁବନେଶ୍ୱର ପରେ ଏବେ ରେଶମ ନଗରୀ ବ୍ରହ୍ମପୁରରେ ମାଗଣା ଓ୍ଵାଇ-ଫାଇ ସେବା ଆରମ୍ଭ ହୋଇଛି।

0 1,263

Get real time updates directly on you device, subscribe now.

ଭୁବନେଶ୍ୱର ପରେ ଏବେ ରେଶମ ନଗରୀ ବ୍ରହ୍ମପୁରରେ ମାଗଣା ଓ୍ଵାଇ-ଫାଇ ସେବା ଆରମ୍ଭ ହୋଇଛି। ଗଲା ୧ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ପରେ ବ୍ରହ୍ମପୁରବାସୀ ଏହାର ଲୁଫତ୍‌ ଉଠାଇପାରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରର ୬ଟି ସ୍ଥାନରେ ଏହି ସେବା ଉପଲବ୍ଧ ହୋଇଥିବା ବେଳେ ଏଣ୍ଟରଟେନମେଣ୍ଟ ହେଉ ଅବା ପାଠପଢ଼ା , ସବୁଥିରେ ବେଶ ସହାୟକ ହେଉଛି ଓ୍ଵାଇଫାଇସେବା। ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବ୍ରହ୍ମପୁରବାସୀ।

ସ୍ମାର୍ଟ ସିଟି ରେସ୍ ରେ ବ୍ରହ୍ମପୁର । ସହରର ରୂପରେଖା ସହ ବିକାଶ ପାଇଁ ଏବେ ଉଠିଛି ପରିବର୍ତ୍ତନର ସ୍ୱର। ୧କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି ମାଗଣା ଓ୍ଵାଇ-ଫାଇ ସେବା । ସେଗୁଡ଼ିକ ହେଲା, ଖଲ୍ଲିକୋଟ କଲେଜ ଛକ, ରାମଲିଙ୍ଗମ୍ ଟ୍ୟାଙ୍କ ଛକ, ବିଜୁପଟ୍ଟନାୟକ ପାର୍କ, ଷ୍ଟାଡିୟମ୍‌ ରୋଡ୍‌ ଭଳି ସ୍ଥାନରେ ଆରମ୍ଭ ହୋଇଛି ଫ୍ରି-ଓ୍ଵାଇ-ଫାଇ । ଗଲା ୧ତାରିଖରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବା ପରେ ବ୍ରହ୍ମପୁରବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏ ଭେଟି ବ୍ରହ୍ମପୁରବାସୀଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇଛି।
ଆଧୁନିକ ଯୁଗରେ ଇଣ୍ଟରନେଟ୍‌ର ଚାହିଦା ଅନୁସାରେ ବହୁଳ ବ୍ୟବହାର ବି ହେଉଛି। ବିଶେଷକରି ପାଠପଢ଼ା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଏହା ବେଶ ସହାୟକ ହେଉଛି। ଏଭଳି ସ୍ଥିତିରେ ସହରରେ ଫ୍ରି-ନେଟ୍‌ ଯୁବପିଢ଼ୀଙ୍କ ମନରେ ନୂଆଁ ଆଶା ସଞ୍ଚାର କରାଇଛି । କେବଳ ଛାତ୍ରଛାତ୍ରୀ କାହିଁକି ବ୍ରହ୍ମପୁରବାସୀ ଏହାକୁ ସ୍ୱାଗତ କରିଛନ୍ତି।

Get real time updates directly on you device, subscribe now.

Comments
Loading...