News World Odisha
Current News Updates

ବାଳାଶ୍ରମ ପାଇଁ ଗାଇଡଲାଇନ୍‌ ଜାରି

0 116

Get real time updates directly on you device, subscribe now.

ବାଳାଶ୍ରମ ବିଦ୍ୟାଳୟଗୁଡିକର ସୁପରିଚାଳନା ପାଇଁ ନିର୍ଦ୍ଦୋଶନାମା ପ୍ରସ୍ତୁତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରସ୍ତୁତ କରାଯାଇଛି। ସବୁ ବାଳାଶ୍ରମର ପଞ୍ଜିକରଣ ବାଧ୍ୟତାମୂଳକ ହୋଇଥିବା ବେଳେ, ପିଲାମାନଙ୍କର ଯତ୍ନ ପାଇଁ ନିର୍ଦ୍ଧାରଣ ହେବ ସର୍ବନିମ୍ନ ମାନକ । ଯେହେତୁ ପିତାମାତାମାନେ ସେମାନଙ୍କ ପିଲାର ସେବା ଯତ୍ନ କରିବାରେ ଅକ୍ଷମ ସେହି ଦୃଷ୍ଟିକୁ ପିଲାଙ୍କୁ ଏଠାରେ ରଖାଯାଉଛି। ତେଣୁ ସେମାନଙ୍କୁ ସବୁ ପ୍ରକାର ସେବା ଯତ୍ନ ଦେବାକୁ ଗାଇଡଲାଇନ୍‌ ଜାରି କରିଛି ମନ୍ତ୍ରାଳୟ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି କହିଛନ୍ତି ଯେ, ସ୍କୁଲ ସହ ଥିବା ଛାତ୍ରାବାସ ସହିତ ଅନ୍ୟ ଅନୁଷ୍ଠାନ ଓ କେନ୍ଦ୍ରର ସେବାଶ୍ରମରେ ରହୁଥିବା ପିଲାମାନଙ୍କୁ ସମାନ ସୁରକ୍ଷା ଓ ଯତ୍ନର ଆବଶ୍ୟକତା ରହିଛି।

Get real time updates directly on you device, subscribe now.

Comments
Loading...