News World Odisha
Current News Updates

ଷ୍ଟାଡିୟମରେ ଆଜି ଏହି ଦଳ ହେବ ମୁହାଁ ମୁହିଁ

0 113

Get real time updates directly on you device, subscribe now.

ଆଜି ଗ୍ରୁପ ଏ’ର ଶେଷ ପୁଲ୍‌ ମ୍ୟାଚ୍‌ ଖେଳାଯିବ। ଅପରାହ୍ନ ୫ଟାରେ ସ୍ପେନ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ସନ୍ଧ୍ୟା ୭ଟାରେ ଶକ୍ତିଶାଳୀ ଆଜେର୍ଣ୍ଟିନାକୁ ଭେଟିବ ଫ୍ରାନ୍ସ। ପ୍ରଥମ ମ୍ୟାଚ୍‌ରେ ନୁ୍ୟଜିଲାଣ୍ଡ ଓ ସ୍ପେନ ମଧ୍ୟରେ କଡ଼ା ମୁକାବିଲା ହେବ। ପୂର୍ବରୁ ନୁ୍ୟଜିଲାଣ୍ଡ ୨ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ଗୋଟିଏରେ ପରାଜୟ ବରଣ କରି ୩ ପଏଣ୍ଟ ସହ ଗ୍ରୁପ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ସ୍ପେନ ୨ଟି ମ୍ୟାଚ୍‌ରେ ଗୋଟିଏ ଡ୍ର ଓ ଗୋଟିଏରେ ପରାସ୍ତ ହୋଇ ୧ ପଏଣ୍ଟ ସହ ଗ୍ରୁପ୍‌ର ତୃତୀୟ ସ୍ଥାନରେ ରହିଛି। ତେଣୁ ଏହି ମ୍ୟାଚ୍‌ରେ ଉଭୟ ଦଳ ବିଜୟ ହେବାକୁ ନିଜର ସବୁ ବଳ ଖଟାଇବେ। ଅନ୍ୟପଟେ ଶକ୍ତିଶାଳୀ ଆଜେର୍ଣ୍ଟିନା ୨ଟି ଯାକ ମ୍ୟାଚ୍‌ ଜିତି ୬ ପଏଣ୍ଟ ସହ ଗ୍ରୁପ୍‌ରେ ଶୀର୍ଷରେ ରହିଥିବା ବେଳେ ଶେଷ ମ୍ୟାଚ୍‌ରେ ଫ୍ରାନ୍ସକୁ ସହଜରେ ହରାଇ ସିଧାସଳଖ କ୍ୱାଟର ଫାଇନାଲ ଟିକେଟ୍‌ ହାତେଇବାକୁ ଲକ୍ଷ୍ୟ ରଖିଛି। ସେପଟେ ଫ୍ରାନ୍ସ ୨ଟି ମ୍ୟାଚ୍‌ରୁ ଗୋଟିଏରେ ପରାଜୟ ଗୋଟିଏ ମ୍ୟାଚ୍‌ ଡ୍ର ରଖି ଗ୍ରୁପ୍‌ ନିମ୍ନରେ ରହିଛି। ଶେଷ ମ୍ୟାଚ୍‌ରେ ଯଦି କିଛି କରିସ୍ମା କରିବ ତେବେ କ୍ରସ୍‌ ଓଭର ମ୍ୟାଚ୍‌ ମାଧ୍ୟମରେ କ୍ୱାଟର ଫାଇନାଲ୍‌ ଯିବା ରାସ୍ତା ମଧ୍ୟ ଫ୍ରାନ୍ସ ପାଇଁ ଖୋଲା ଅଛି ।

Get real time updates directly on you device, subscribe now.

Comments
Loading...