News World Odisha
Current News Updates

୧୮ଫୁଟ ୭ଇଞ୍ଚର ବିଶାଳ ଅହିରାଜ ଉଦ୍ଧାର

0 279

 

ଶିମିଳିପାଳରୁ ୧୮ଫୁଟ ୭ଇଞ୍ଚର ବିଶାଳ ଅହିରାଜ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଡୁକୁରା ରେଞ୍ଜ ବଡ଼ପଥରପା ପଚାୟତର ବାଲିପାଳ ଗାଁରେ ଏହି ବିରଳ ସାପକୁ ଠାବ କାରଯାଇଥିଲା। ବାଲିପାଳ ଗାଁର ରୁହିୟା ସିଂଙ୍କ ଘରେ ସାପଟି ପଶିରହିଥିବା ଖବର ପାଇ ସେ୍ନକ୍‌ ହେଲ୍ପଲାଇନ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର  କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ସବୁ ଅହିରାଜଙ୍କଠାରୁ ଏହା ସବୁଠୁ ବଡ଼ ବୋଲି ସୂଚନା ମିଳିଛି। ବର୍ଷକ ତଳେ ଏହି ରେଞେ୍ଜରୁ ୧୮ଫୁଟ୍‌ର ଅହିରାଜ ଉଦ୍ଧାର ହୋଇଥିଲା। ତେବେ ସାପଟିର ସ୍ୱାସ୍ଥ୍ୟପରୀକ୍ଷା ପରେ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଛଡ଼ାଯାଇଛି।

Get real time updates directly on you device, subscribe now.

Comments
Loading...