News World Odisha
Current News Updates

ଇଶା ଅମ୍ବାନୀଙ୍କ ପ୍ରି-ଓ୍ଵେଡିଂ ରେ ହିଲାରୀ କ୍ଲିଣ୍ଟନ

0 99

Get real time updates directly on you device, subscribe now.

ରାଜସ୍ଥାନର ଉଦୟପୁରରେ ଆରମ୍ଭ ହୋଇଛି ଇଶା ଅମ୍ବାନୀଙ୍କ ପ୍ରି-ଓ୍ଵେଡିଂ ସେରିମନି । ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ତନୟା ଇଶାଙ୍କ ବାହାଘର ଉତ୍ସବରେ ସାମିଲ ହେବାପାଇଁ ଦେଶ ବିଦେଶର ବହୁ ନାମୀଦାମୀ ହସ୍ତୀଙ୍କୁ ଭିଡ଼ ଜମିଛି । ଏହି ପ୍ରି-ଓ୍ଵେଡିଂ ସେରିମନିରେ ସାମିଲ ହେବାକୁ ଉଦୟପୁରରେ ପହଞ୍ଚିଛନ୍ତି ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନ । ମୁକେଶ ଓ ନୀତା ଅମ୍ବାନୀ ତାଙ୍କୁ ସ୍ୱାଗତ କରିଥିଲେ । ଏହି ୩ଦିନିଆ ଉତ୍ସବରେ ଯୋଗଦେବା ପାଇଁ ସେଲିବ୍ରିଟିଙ୍କ ଭିଡ଼ ଉଦୟପୁରରେ ଜମିବାରେ ଲାଗିଛି । ଏଥିରେ ଫର୍ଚୁନ୍‌ 500 କମ୍ପାନୀର ମୁଖ୍ୟମାନଙ୍କ ସହ ବଲିଉଡ୍‌ ଓ ଖେଳ ଜଗତର ବହୁ ସେଲିବ୍ରିଟି ସାମିଲ ହେବାକୁ ଉଦୟପୁରରେ ପହଞ୍ଚିସାରିଲେଣି ।

Get real time updates directly on you device, subscribe now.

Comments
Loading...