News World Odisha
Current News Updates

୧୨ବର୍ଷ ପ୍ରତିକ୍ଷାର ଘଟିଛି ଅନ୍ତ, ସହରରେ ଫୁଟିଛି ଏହି ରହସ୍ୟମୟୀ ଫୁଲ..

0 133

ଯଦି ଆପଣ ଅପେକ୍ଷା କରିଥାନ୍ତି ମୁନ୍ନାରର ସେଇ ବିଶ୍ୱ ପ୍ରସିଦ୍ଧ ଅଦ୍ଭୁତ ଫୁଲକୁ ଦେଖିବାର ତେବେ ଆପଣଙ୍କ ୧୨ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ଏବର୍ଷ ଆପଣମାନେ ଦେଖିପାରିବେ ସେଇ ରହସ୍ୟମୟୀ ଫୁଲକୁ । ଆମେ କହୁଛୁ ଦକ୍ଷିଣ ଭାରତର ଏକ ସୁନ୍ଦର ରାଜ୍ୟ ଭାବେ ପରିଚିତ କେରଳର ଏକ ଛୋଟ ସହର ମୁନ୍ନାର ବନସ୍ପତି ଏବଂ ଅଦ୍ଭୁତ ସମୁଦ୍ର କଥା । ସମୁଦ୍ର ଠାରୁ ୧୬୦୦ ମିଟର ଉଚ୍ଚରେ ଅବସ୍ଥିତ ଏହି ସହର ଚା, କଫି, ମସଲା ଏବଂ ମନ୍ତ୍ରମୁଗ୍ଧ କରୁଥିବା ଦୃଶ୍ୟ ପାଇଁ ସମଗ୍ର ବିଶ୍ୱରେ ଆଦୃତ ଲାଭ କରିଛି । କେବଳ ସେତିକି ନୁହେଁ ଏହି ସହର ସହ ଜଡିତ କିଛି ରହସ୍ୟ ମଧ୍ୟ ରହିଛି ।

ଏହି ରହସ୍ୟର ନାମ ହେଉଛି ନୀଳକୁରିଂଜୀ । ବିଶ୍ୱର ସବୁଠାରୁ ଦୁର୍ଲଭ ଫୁଲ ଯାହାକି ୧୨ ବର୍ଷରେ ଥରେ ଫୁଟି ଥାଏ । ତେବେ ଦେଖିବାକୁ ଗଲେ ଏହି ବର୍ଷକୁ ବହୁତ ଭାଗ୍ୟଶାଳୀ ବୋଲି କୁହା ଯାଉଛି । କାରଣ ଏହି ବର୍ଷ ମୁନ୍ନାରରେ ନୀଳକୁରିଂଜୀ ଫୁଲ ଫୁଟିଛି । ଏହା ଷ୍ଟ୍ରୋବିଲାନ୍ଥସ ପ୍ରଜାତିର ଏକ ଫୁଲ ତେବେ ଏହି ଷ୍ଟ୍ରୋବିଲାନ୍ଥସର ୩୫୦ଟି ପ୍ରଜାତି ରହିଛି । ଯେଉଁଥିରୁ ୬୦ ପ୍ରଜାତି ଭାରତର ଉପଦ୍ୱୀପ ଗୁଡିକରେ ଦେଖା ଯାଏ । ଏହି ଫୁଲ ଗୁଡିକ ୧୦, ୧୨ ଏବଂ ୧୬ ବର୍ଷ ମଧ୍ୟରେ ଥରେ ଫୁଟି ଥାଏ । ତେବେ ଲମ୍ବା ସମୟ ଧରି ଅପେକ୍ଷା କରିବା ପରେ ଏହି ସହରର ସମ୍ପୂର୍ଣ୍ଣ ଅଞ୍ଚଳରେ ଏକ ନୀଳ ରଙ୍ଗର ଚାଦରରେ ରଙ୍ଗୀନ ହୋଇଛି । ତେବେ ନୀଳକୁରିଂଜୀକୁ ସେଠାରେ ରହୁଥିବା ଆଦୀବାସୀମାନେ ଏହାକୁ ପ୍ରେମର ପ୍ରତୀକ ବୋଲି ମାନନ୍ତି । ତେବେ ଏହି ବର୍ଷ ପରେ ବୋଧହୁଏ  ନୀଳକୁରିଂଜୀକୁ ୨୦୩୦ରେ ଦେଖିବାକୁ ମିଳିବ ।

Get real time updates directly on you device, subscribe now.

Comments
Loading...