News World Odisha
Current News Updates

ସୂଚନା ଦେଲେ କ୍ରୀଡ଼ା ସଚିବ

0 577

Get real time updates directly on you device, subscribe now.

ଆଶା ଥିଲା ଉଦଘାଟନୀ ଉତ୍ସବଠୁ ଉଦଯାପନୀ ଉତ୍ସବ ହେବ ଅଧିକ ରଙ୍ଗାରଙ୍ଗ । ଉଦଘାଟନୀ ପରି ଉଦଯାପନୀରେ ବି ବଲିଉଡ ତାରକାଙ୍କୁ ଦେଖିବାର ଆଶା ବାନ୍ଧି ବସିଥିଲେ ଦର୍ଶକ । ହେଲେ ଶେଷ ବେଳକୁ ଫିକା ପଡିଛି ସବୁ ଆଶା । ଫିକା ପଡିବ ହକି ବିଶ୍ୱକପର ଉଦଯାପନୀ ଉତ୍ସବ । ମଳିଥିବା ସୂଚନା ଅନୁଯାୟୀ, ବିଶ୍ୱକପ୍ ଫାଇନାଲର ଉଦଯାପନୀ ଉତ୍ସବରେ କୌଣସି ବଲିଉଡ ଷ୍ଟାର କିମ୍ବା କ୍ରିକେଟରଙ୍କୁ ଦେଖିବାକୁ ମିଳିବ ନାହିଁ । ଏପରିକି ଷ୍ଟାଡିୟମରେ କୌଣସି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିବ ନାହିଁ ବୋଲି ସୂଚନା ମିଳିଛି । ବଲିଉଡ ଷ୍ଟାର କିମ୍ବା କ୍ରିକେଟରଙ୍କୁ ନୁହେଁ ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଦଯାପନୀ ଉତ୍ସବର ଅତିଥି ଭାବେ ଦେଖିବାକୁ ମିଳିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ପୂର୍ବରୁ କେ.ବି.ସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନସିଂ ଜରିଆରେ ବିଗ-ବି କୁ ନିମନ୍ତ୍ରଣ ଦେଇଥିଲେ । କିନ୍ତୁ ଶେଷ ବେଳକୁ କାର୍ଯ୍ୟ ବ୍ୟସ୍ତତା ପାଇଁ ଉଦଯାପନୀ ଉତ୍ସବରେ ଯୋଗ ଦେଇ ନପାରିବା ନେଇ ନ୍ୟୁଜ ଓ୍ୱାଲର୍ଡ ର ସ୍ୱତନ୍ତ୍ର ସାକ୍ଷାତକାର ଫେସ୍ ଟୁ ଫେସ୍ ରେ ସୂଚନା ଦେଇଛନ୍ତି କ୍ରିଡା ସଚିବ ଭିଶାଲ ଦେବ ।
ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ୱକପ ହକିର ଉଦଯାପନୀ ଉତ୍ସବରେ କଳିଙ୍ଗ ଷ୍ଟାଡିୟମରେ ବଲିଉଡ ତାରକାଙ୍କ ଭିଡ ଦେଖିବାକୁ ମିଳିବ ବୋଲି ଖବର ସାମ୍ନାକୁ ଆସିଥିଲା । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ, କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ସାହିଦ କପୁର, ଅମୀର ଖାନ୍, ରାହୁଲ ଦ୍ରାବିଡଙ୍କ ଭଳି ବଡ ବଡ ତାରକା ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖି ଏମାନଙ୍କୁ ନିବେଦନ କରାଯାଇଥିବା କିଛି ଗଣମାଧ୍ୟମ ପକ୍ଷରୁ କୁହାଯାଇଥିଲା । ଆଉ ଉଦଯାପନୀ ଉତ୍ସବରେ ବଡ ବଡ ନାମୀଦାମୀ ଷ୍ଟାରଙ୍କୁ ପାଖରେ ଦେଖିବାର ସୁଯୋଗ ମିଳିବ ବୋଲି ଫାଇନାଲ ମ୍ୟାଚର ଟିକେଟ ମଧ୍ୟ ବିକ୍ରି ହେଉ ହେଉ ଶେଷ ହୋଇଯାଇଥିଲା । ଏତେ ବଡ ଷ୍ଟାର ମାନଙ୍କୁ ପାଖରୁ ଦେଖିବା ପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଥିଲା । କିନ୍ତୁ ଶେଷକୁ ମୌଳି ଯାଇଛି ଓଡିଶାବାସୀଙ୍କ ଉଦଯାପନୀ ନିଶା ।

Get real time updates directly on you device, subscribe now.

Comments
Loading...