News World Odisha
Current News Updates

ଆଜି ମଇଦାନରେ ହେବେ ମୁହାଁ ମୁହିଁ

0 100

Get real time updates directly on you device, subscribe now.

 

ଆଜି ହକି ବିଶ୍ୱକପର ଶେଷ ଲିଗ ମ୍ୟାଚ ଖେଳାଯିବ। ପୁଲ ଡି’ର ଶେଷ ଲିଗ୍‌ ମ୍ୟାଚ ସନ୍ଧ୍ୟା ୫ଟାରେ ମାଲେସିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ସନ୍ଧ୍ୟା ୭ଟାରେ ନେଦରଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ। ଏହି ଗ୍ରୁପରେ ଏପର୍ଯ୍ୟନ୍ତ ଜର୍ମାନୀ ଦୁଇଟି ମ୍ୟାଚ ଖେଳି ଦୁଇଟିରେ ଜିତି ୬ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ନେଦରଲାଣ୍ଡ ୨ଟି ମ୍ୟାଚରୁ ଗୋଟିଏରେ ବିଜୟ ଓ ଗୋଟିଏ ପରାଜୟ ସହ ୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିଭଳି ପାକିସ୍ଥାନ ଓ ମାଲେସିଆ ଦୁଇଟି ମ୍ୟାଚରୁ ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ପଏଣ୍ଟ ଟେବୁଲରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି।  ଏପରିସ୍ଥିତିରେ ଆଜି ମ୍ୟାଚ ପରେ ହିଁ ଜଣାପଡ଼ିବ କେଉଁ ଦଳ ଶୀର୍ଷରେ ରହି ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଞ୍ଚିବ ଓ କେଉଁ ଟିମ କ୍ରସ ଓଭର ମ୍ୟାଚ ଖେଳିବ। ଗ୍ରୁପର ଚତୁର୍ଥ ସ୍ଥାନରେ ରହିଥିବା ଦଳ ବିଶ୍ୱକପରୁ ବିଦାୟ ନେବ।

Get real time updates directly on you device, subscribe now.

Comments
Loading...