News World Odisha
Current News Updates

ପ୍ରତିଦିନ ମନ୍ଦିର ଆସି ପ୍ରସାଦ ସେବନ କରୁଛନ୍ତି ଭାଲୁ

0 173

 

ଧାର୍ମିକ ବିଶେଷତ୍ୱ ଓ ଚମତ୍କାରିତା ପାଇଁ ମନ୍ଦିରଗୁଡିକ ପ୍ରସିଦ୍ଧ ଥାଏ । ବ୍ୟସ୍ତ ବହୁଳ ଜୀବନ ଭିତରେ ମନର ଶାନ୍ତି ସନ୍ଧାନରେ ଲୋକ ମନ୍ଦିର ଆସି ନିଜର ଦୁଃଖ ଦେବା ଦେବୀଙ୍କୁ ଜଣାଇଥାନ୍ତି ।  କିନ୍ତୁ ଏହି ମଧ୍ୟରେ ଏକ ଅଦ୍ଭୁତ ଦୃଶ୍ୟ ଛତିଶଗଡରେ ଦେଖିବାକୁ ମିଳିଛି  । ଏଠାର ମହାସମୁଦ୍ର ଜିଲ୍ଲାର ଚଣ୍ଡୀ ଦେବୀଙ୍କର ଏକ ମନ୍ଦିରରେ ଭାଲୁଙ୍କର ପୁରା ପରିବାର ମାତାଙ୍କ ଦର୍ଶନ ନିମନ୍ତେ ପ୍ରତିଦିନ ଆସି ପହଁଞ୍ଚନ୍ତି । ଭାଲୁଙ୍କର ଶ୍ରଦ୍ଧା ଦେଖିବାକୁ ଦୂର ଦୂରାନ୍ତରୁ ଏଠାରେ ଭକ୍ତମାନଙ୍କ ଭିଡ ଜମିଥାଏ । ପାହାଡ ଉପରେ ଅବସ୍ଥିତ ଏହି ମନ୍ଦିରର ଇତିହାସ ପାଖାପାଖି ଦେଢ ସହ ବର୍ଷ ପୁରୁଣା । ଏହି ମନ୍ଦିର ପ୍ରଥମେ ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ ଥିଲା । ତେବ ତନ୍ତ୍ର ସାଧନା କରୁଥିବା ଲୋକମାନେ ଏହାକୁ ଗୋପନୀୟ ରଖିଥିଲେ । କିନ୍ତୁ ଧୀରେ ଧୀରେ ୧୯୫୦-୫୧ରେ ସାଧାରଣ ଲୋକ ଏହା ବିଷୟରେ ଜାଣିବାକୁ ପାଇଲେ । ସାଢେ ୨୩ ଫୁଟରେ ପ୍ରକୃତିକ ଭାବରେ ନିର୍ମିତ ଏହି ମନ୍ଦିରର ଧାର୍ମିକ ବିଶେଷତ୍ୱ ମଧ୍ୟ ରହିଛି ।

ସୂଚନାନୁଯାୟୀ, ପ୍ରତିଦିନ ସନ୍ଧ୍ୟା ସମୟରେ ଭାଲୁଙ୍କର ପରିବାର ମାତାଙ୍କ ମନ୍ଦିରରେ ପହଁଞ୍ଚି ମନ୍ଦିର ପରିକ୍ରମା କରନ୍ତି । ଏବଂ କାହାର କ୍ଷତି ନକରି ପ୍ରସାଦ ସେବନ କରି ଫେରିଯାଆନ୍ତି । ଯେତେବେଳେ ଭାଲୁଙ୍କର ଏକ ଦଳ ଆସେ ସେହି ସମୟରେ ଗୋଟିଏ ଭାଲୁ ମନ୍ଦିର ବାହାରେ ଠିଆ ହୋଇଥିବାବେଳେ ଅନ୍ୟ ଭାଲୁମାନେ ମନ୍ଦିର ଭିତରେ ପ୍ରବେଶ କରନ୍ତି । ସେମାନେ ମନ୍ଦିରରେ ଭକ୍ତମାନଙ୍କ ସହ ପାଳିତ ପଶୁ ଭାବରେ ବ୍ୟବହାର କରନ୍ତି । ତେବେ ପ୍ରସାଦ ସେବନ କରି ସେମାନେ ଚୁପଚାପ ଜଙ୍ଗଲକୁ ଫେରିଯାଆନ୍ତି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସେମାନେ ହିଂସ୍ର ବ୍ୟବହାର କରନ୍ତି ନାହିଁ । ଗ୍ରାମବାସୀ ସେମାନଙ୍କ ପରିବାରକୁ ଜାମବନ୍ତ ପରିବାର ନାମରେ ଡାକଥାନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସାଧାରଣ ଭାବରେ ଜଙ୍ଗଲରେ ଭାଲୁ ସହ ଆମ୍ନାସାମ୍ନା ହେବାପରେ ସେମାନେ ହିଂସ୍ର ହୋଇ ଉଠନ୍ତି କିନ୍ତୁ ଏଠାରେ ଭକ୍ତ ଏବଂ ଭାଲୁଙ୍କ ମଧ୍ୟରେ ଏହି ସମ୍ପର୍କ ଆଶ୍ଚର୍ଯ୍ୟର ବିଷୟ ।

Get real time updates directly on you device, subscribe now.

Comments
Loading...