News World Odisha
Current News Updates

ନୋ ବ୍ରିଜ୍…ନୋ ଭୋଟ୍

0 155

Get real time updates directly on you device, subscribe now.

‘ନୋ ବ୍ରିଜ୍‌ ନୋ ଭୋଟ’ ଏଭଳି ସ୍ଲୋଗାନ ଦେଇଛନ୍ତି ରାଉରକେଲା ସହରବାସୀ । ଏଥିପାଇଁ ସହରରେ ଏବେ ଆରମ୍ଭ ହୋଇଛି ଦସ୍ତଖତ ଅଭିଯାନ । ସହରବାସୀଙ୍କ ଅସନ୍ତୋଷକୁ ସ୍ଥାନ ଦେଇ ଏଭଳି ଅଭିଯାନ ଆରମ୍ଭ କରିଛନ୍ତି କିଛି ଯୁବ ନେତା । ବହୁ ପ୍ରତିକ୍ଷିତ ବ୍ରାହ୍ମଣୀ ବ୍ରିଜ ନିର୍ମାଣରେ ବିଳମ୍ବ ଓ ଇସ୍ପାତ ଜେନେରାଲ ହସ୍ପିଟାଲକୁ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ କରିବା ପାଇଁ ସହରରେ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି । ସହରବାସୀଙ୍କ ଏହି ଦାବିକୁ ଦୃଷ୍ଟିରେ ରଖି ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ ବୋଲି ପ୍ରଧାନନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଥିରେ ବିଳମ୍ବତାକୁ ନେଇ ଏବେ ବୃଦ୍ଧି ପାଇଛି ଜନ ଅସନ୍ତୋଷ । ବ୍ରିଜ ନିର୍ମାଣରେ ବିଳମ୍ଭ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ କାମ ଆରମ୍ଭ ହୋଇ ନ ପାରିବାରୁ ଦିଲ୍ଲୀପ ରାୟ ବିଜେପି ଦଳରୁ ଓ ବିଧାୟକ ପଦବୀରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ଏହାସତ୍ୱେ ମଧ୍ୟ କାମ ଆରମ୍ଭ ପାଇଁ ତତ୍ପରତା ପ୍ରକାଶ ପାଉ ନଥିବାରୁ ସହରରେ ଦସ୍ତଖତ ଅଭିଯାନ କରାଯାଉଥିବା ଆୟୋଜକ କହିଛନ୍ତି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ କାମ ଆରମ୍ଭ ହୋଇଛି ଆଉ ସହରରେ ଯେଉଁ ଦସ୍ତଖତ ଅଭିଯାନ  ଆରମ୍ଭ ହୋଇଛି ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବିଜେପି ଦଳ ପକ୍ଷରୁ କୁହାଯାଇଛି । ତେବେ ନୋ ବ୍ରିଜ୍‌ ନୋ ଭୋଟ ସ୍ଲୋଗାନ ନେଇ ରାଉରକେଲା ସହରରେ ଆସନ୍ତା ୨୦ ତାରିଖ ସୁଦ୍ଧା ଏକ ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବା ପରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.

Comments
Loading...