News World Odisha
Current News Updates

ପ୍ରସୂତିଙ୍କୁ ଡାକ୍ତରଖାନା ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଦୂର୍ଘଟଣାଗ୍ରସ୍ତ

0 92

ପ୍ରସୂତିଙ୍କୁ ଡାକ୍ତରଖାନା ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଦୂର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରସୂତିଙ୍କ ସହିତ ଆଶାର୍କମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଗବାଗୁଡ଼ା ନିକଟରେ। ଶନିବାର ରାତି ପ୍ରାୟ ୧୨ଟା ବେଳେ ଝରିଗାଁ ବ୍ଳକ୍‌ ଚଚ୍ଚା ଗାଁର ଜଣେ ପ୍ରସୂତିଙ୍କୁ ନେଇ ୧୦୮ ଆମ୍ବୁଲାନ୍ସ ଡାକ୍ତରଖାନା ଯାଉଥିଲା। ତେବେ ଗବାଗୁଡ଼ା ନିକଟରେ ଏକ ବୁଲାଣିରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆମ୍ବୁଲାନ୍ସଟି ଏକ କଲର୍ଭଟର ସାଇଡ୍ ୱାଲ୍‌ ଉପରେ ଚଢ଼ି ଯାଇଥିଲା।
ଆହତ ପ୍ରସୂତି, ଆମ୍ବୁଲାନ୍ସ ଡ୍ରାଇଭର ଓ ଆଶାକର୍ମୀ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ଆଶାର୍କମୀ ଓ ପ୍ରସୂତିଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Get real time updates directly on you device, subscribe now.

Comments
Loading...