News World Odisha
Current News Updates

ଶ୍ରୀମନ୍ଦିର ଭବିଷ୍ୟତ ପାଇଁ ମୁହଁ ଖୋଲନ୍ତୁ

0 369

ମୁହଁ ଖୋଲିଲେ ଗଜପତି। ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ବିଳମ୍ବ ହେଲେବି ନିଜ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ସଂସ୍କାର ଓ ପରମ୍ପରାର ଅକ୍ଷୁର୍ଣ୍ଣତା ନେଇ ଉଦବେଗ ପ୍ରକାଶ କରିଛନ୍ତି ଗଜପତି। ଦେଶର ସବୁ ସରକାର କେବଳ ଭୌତିକ ବିକାଶ ଉପରେ ଗୁରୁତ୍ୱ ଦେଉଥିବା ବୋଲି ଆଧ୍ୟାତ୍ମିକ ଚେତନା ଜାଗରଣ ପ୍ରତି ଆଖି ବୁଜିଦେଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ନବମ ବାର୍ଷିକ ଉତ୍ସବରେ ଯୋଗଦେଇ ଏପରି ମତ ରଖିଛନ୍ତି ସେ।

ଏ କ୍ଷେତ୍ରରେ ବୁଦ୍ଧିଜୀବୀ ଓ ଗବେଷକ ନିଜ ମତ ଉପସ୍ଥାପନ କରିବାକୁ ଆହ୍ଵାନ ଦେଇଛନ୍ତି ଗଜପତି। ଶ୍ରୀମନ୍ଦିର ସଂସ୍କାର ବ୍ୟବସ୍ଥାରେ ଗଜପତିଙ୍କୁ ସମର୍ଥନ ଜଣାଇଛନ୍ତି ଅବସରପ୍ରାପ୍ତ ବିଚାରପତି ତଥା ଗବେଷକ। ପରିବର୍ତ୍ତନ ହିଁ ପ୍ରଗତିର ଲକ୍ଷଣ ବୋଲି କହିବା ସହ ଶ୍ରୀମନ୍ଦିର ପ୍ରଶାସନକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ପରାମର୍ଶ ନେଇ କାମ କଲେ ଏଭଳି ପରିସ୍ଥିତି ଉପୁଜନ୍ତା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ପ୍ରସ୍ତାବର କେତେକ ପରମ୍ପରାଗତ ପ୍ରଥା ଚାଲୁ ରଖିବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ତେବେ  ଶ୍ରୀମନ୍ଦିର ପ୍ରଶାସନ କି ପରିବର୍ତ୍ତନ ଆଣୁଛି ଓ କେଉଁ ମାନଙ୍କଠାରୁ ପରାମର୍ଶ ନେଉଛି ତା ଉପରେ ସମସ୍ତଙ୍କ ନଜର।

Get real time updates directly on you device, subscribe now.

Comments
Loading...