News World Odisha
Current News Updates

ଆରବିଆଇର ଓଡ଼ିଆ ଗଭର୍ନର

ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସ ନୂଆ ଗଭର୍ନର ଭାବେ ଦାୟିତ୍ୱ ଗ୍ରହଣ କଲେ ।

0 255

ଆରବିଆଇ ଗଭର୍ଣ୍ଣର ହେଲେ ଓଡ଼ିଆ । ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସଙ୍କୁ ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ମିଳିଛି । ବର୍ତ୍ତମାନ ପଞ୍ଚଦଶ ଅର୍ଥ କମିଶନର ସଦ୍ୟସ ଅଛନ୍ତି ଶକ୍ତିକାନ୍ତ । ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ତାଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି । ସେ ତାମିଲନାଡୁ କ୍ୟାଡରର ଆଇଏଏସ୍ ଅଫିସର । ତାଙ୍କ ଚାକିରିକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ଆସିଛନ୍ତି ।

୧୯୮୦ ବ୍ୟାଚର ଆଇଏଏସ୍‌ ଶକ୍ତିକାନ୍ତ ଦାସ । ତାମିଲନାଡୁ କ୍ୟାଡର ଆଇଏଏସ୍‌ ଶକ୍ତିକାନ୍ତ ୧୫ ତମ ଫାଇନାନ୍ସ କମିସନର ସଦସ୍ୟ ଥିଲେ । ପ୍ରଶାସନିକ ଅଧିକାରୀ ଭାବେ ଭାରତ ସରକାର ଏବଂ ତାମିଲନାଡୁର ବହୁ ବିଭାଗରେ କାର୍ଯ୍ୟକରି ଖ୍ୟାତି ଅର୍ଜନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ ନୀତିରେ ଶକ୍ତିକାନ୍ତଙ୍କ ବଡ ଭୁମିକା ରହିଥିଲା । ସେତେବେଳେ ସେ ବେଶ ଚର୍ଚ୍ଚାରେ ରହିଥିଲେ । ମୋଦୀ ଗଢ଼ିଥିବା ବିମୁଦ୍ରାୟନ ଟିମ୍‌ରେ ଶକ୍ତିକାନ୍ତଙ୍କ ଏକ ବଡ ଭୁମିକା ରହିଥିଲା ।
ସେ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଭାବେ ୨୦୧୬ରେ ନିଯୁକ୍ତ ହୋଇଥିଲେ । ଅବସର ପରେ ସେ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଥିଲେ ।
୨୬ ଫେବ୍ରୁଆରୀ ୧୯୫୫ରେ ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଆନ୍ତର୍ଜାତିୟ ସ୍ତରରେ ମଧ୍ୟ ତାଙ୍କର ବେଶ ଖ୍ୟାତି ରହିଛି । ଜି ୨୦ ଶିଖର ସମ୍ମିଳନୀରେ ଭାରତ ତରଫରୁ ସେ ପ୍ରତିନିଧିତ୍ୱ କରିଥିଲେ । ସରକାରଙ୍କ ସହ ମତଭେଦକୁ ନେଇ ଗତକାଲି ଉର୍ଜିତ ପଟେଲ ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ । ଏହାପରେ କିଏ ହେବେ ପରବର୍ତ୍ତୀ ଗଭର୍ଣ୍ଣର ତାକୁ ନେଇ ଦିନ ତମାମ ଚର୍ଚ୍ଚା ଜୋର ଧରିଥିଲା ।

 

Get real time updates directly on you device, subscribe now.

Comments
Loading...