News World Odisha
Current News Updates

ବିମାନ ଯାତ୍ରା ସମୟରେ ସେକ୍ସ ଭିଡିଓ ଭାଇରାଲ: ଭିଡିଓ କରିଥିବା ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦୋଶ କହିଲେ କୋର୍ଟ

0 1,065

Get real time updates directly on you device, subscribe now.

ବିମାନ ଯାତ୍ରା ସମୟରେ ସମ୍ଭୋଗ କରି ଅଡୁଆରେ ଦମ୍ପତି । କେବଳ ସେତିକି ନୁହେଁ ଏହାର ଭିଡିଓ ଭାଇରାଲ ହେବା ପରେ ଆନ୍ତର୍ଜାତୀୟ ମିଡିଆରେ ଚର୍ଚ୍ଚା ଯୋର ଧରିଛି । ଭିଡିଓକୁ ନେଇ ଯେତିକି ଚର୍ଚ୍ଚା ତା ଠୁ ଅଧିକା ଚର୍ଚ୍ଚା ହେଉଛି ଭିଡିଓ କରିଥିବା ସୁରକ୍ଷା କର୍ମୀଙ୍କୁ କୋର୍ଟ ନିର୍ଦ୍ଦୋଶ କହି ଖଲାସ କରିଦେବା । ଏହି ଭିଡିଓ ସୋସିଆଲ ମିଡିଆରେ ଶିରୋନାମାରେ ଥିବାବେଳେ ବିମାନରେ ସମ୍ଭୋଗ କରି ଆଡୁଆରେ ପଡିଛନ୍ତି ଦମ୍ପତି ।

ମିଡିଆ ଖବର ଅନୁଯାୟୀ, ୟାର୍କଶାୟରରେ ବିମାନ ଯାତ୍ରା କରୁଥିଲେ ନବ ଦମ୍ପତି । ସେମାନେ ହେଲିକାପ୍ଟରେ ଯାତ୍ରା କରୁଥିବା ସମୟରେ ସମ୍ଭୋଗରେ ମାତିଥିଲେ । ଆଉ ସେହି ସମୟରେ ବିମାନରେ ଥିବା ଏକ ସୁରକ୍ଷା କର୍ମୀ ଦମ୍ପତିଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓକୁ ସୁଟିଂ କରିଥିଲେ ।ପରେ ଏହି ଭିଡିଓଟି ଭାଇରାଲ ହୋଇଥିଲା । ଭିଡିଓ ପଦାକୁ ଆସିବା ପରେ ଲଜ୍ଜିତ ହୋଇଛନ୍ତି ପତୀ-ପତ୍ନୀ । ଏବଂ ନ୍ୟାୟ ପାଇବାରୁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ଦମ୍ପତିଙ୍କ ଭିଡ଼ିଓ ଏତେ ଅଶ୍ଳୀଳ ଥିଲାଯେ ତାହା ଭାଇରାଲ ହେବାପରେ ନିଜ ଇଜ୍ଜତ ଉପରେ ଆଞ୍ଚ ଆସିବା କଥା ସେମାନେ ଅଭିଯୋଗ କରିଛନ୍ତି । କିନ୍ତୁ ବିଚାର ବିଭାଗୀୟ ଅଦାଲତ କହିଛି, ସର୍ବସାଧାରଣ ଜାଗାରେ ସମ୍ଭୋଗ କରିବା ଅପରାଧ । ଲକ୍ଷେ ଟଙ୍କା ଖର୍ଚ୍ଚ କରି ବିମାନ ଯାତ୍ରା କରିବା ବଡ଼ କଥା ନୁହେଁ , ବଡ଼କଥା ହେଲା ସୁରକ୍ଷା ଦାୟିତ୍ଵରେ ଥିବା କର୍ମଚାରୀ ଆପଣଙ୍କର କେତେ ବିଶ୍ବସ୍ତ ଓ ସେମାନେ କେତେଦୂର ସୁରକ୍ଷା ଦେଇପାରୁଛନ୍ତି । ସେହି ଅନୁସାରେ ଯେଉଁ ଭିଡ଼ିଓ କରାଯାଇଛି , ସେଥିରେ ଦାୟିତ୍ଵରେ ଥିବା ପୋଲିସ ଅଫିସରଙ୍କୁ ଦୋଷ ଦେଇ ହେବନି । ସର୍ବସାଧାରଣ ଜାଗାରେ ସମ୍ଭୋଗ କରିବା ପୂର୍ବରୁ ଭାବିବା ଦରକାର, ସ୍ଥାନଟି ବେଡ଼ରୁମ ନୁହେଁ । ଅନ୍ୟଯାତ୍ରୀମାନେ ମଧ୍ୟ ଯାତ୍ରା କରୁଛନ୍ତି । ଯଦି ପୋଲିସ କିଛି ଦାୟିତ୍ଵ ନ ନିଏ ,ଜନସାଧାରଣଙ୍କ ମଧ୍ୟ ବିଶ୍ଵାସ ରହିବ ନାହିଁ ।

ତେବେ ଭିଡିଓ ଏତେ ଅଶ୍ଲୀଳତା ରହିଛି କି ତାକୁ ବିଚାରକୁ ନେଇ କୋର୍ଟ ଓଲଟି ଦମ୍ପତିଙ୍କୁ ଭର୍ତ୍ସନା କରିଛି । କୋର୍ଟର ରାୟ ଦମ୍ପତିଙ୍କ ସପକ୍ଷରେ ଯାଇନାହିଁ । ଅଭିଯୁକ୍ତ ପୋଲିସ ଅଧିକାରୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

Get real time updates directly on you device, subscribe now.

Comments
Loading...