News World Odisha
Current News Updates

ହାପି ବର୍ଥ ଡେ’ ରଜନୀକାନ୍ତ

0 83

ଆଜି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ୬୮ତମ ବର୍ଥ ଡେ । ‘୨.୦’ରୁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନୂଆ ଏକ ସ୍ଥାନରେ ପହଂଚାଇଥିବା ‘ଦ ଥାଲାଇଭା’ ରଜନୀକାନ୍ତ ଫିଲ୍ମରେ ଭୂମିକା ବ୍ୟତୀତ ଲୋକଙ୍କ ହୃଦୟରେ ମଧ୍ୟ ରାଜ୍ କରନ୍ତି । ଏ ବର୍ଷ ତାଙ୍କ ଜନ୍ମଦିନରେ ବକ୍ସ ଅଫିସରେ ଧମାଲ କରୁଛି ତାଙ୍କ ଫିଲ୍ମ ‘୨.୦’ ।

ରଜନୀକାନ୍ତଙ୍କ ଫ୍ୟାନ୍ସ ତାଙ୍କୁ ଭଗବାନ ବୋଲି ମାନନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ପହଂଚିବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି । ରଜନୀକାନ୍ତଙ୍କ ଅସଲି ନାମ ଶିବାଜୀ ରାଓ ଗାୟକୱାଡ । କିନ୍ତୁ ସେ ରଜନୀକାନ୍ତ ନାଁରେ ପ୍ରସିଦ୍ଧ । ତାମିଲ ଓ ହିନ୍ଦୀ ଫିଲ୍ମରେ ଦମଦାର ଅଭିନୟ କରି ରଜନୀକାନ୍ତ କୋଟି କୋଟି ଫ୍ୟାନ ସୃଷ୍ଟି କରିଛନ୍ତି । ତାଙ୍କ ଜନ୍ମ ୧୨ ଡିସେମ୍ୱର ୧୯୫୦ରେ ବାଙ୍ଗାଲୁରୁରେ ହୋଇଥିଲା । ସେ ବର୍ଷ ୧୯୭୫ରେ ଫିଲ୍ମ ଅପୂର୍ବ ରାଙ୍ଗଗଲରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ‘ଅନ୍ଧା କାନୁନ’, ‘ଇଂସାଫ କୌନ କରଗୋ’, ‘କବାଲୀ’ ଓ ‘ଶିବାଜୀ ଦ ବସ୍’ ଭଳି ଅନକେ ଦମଦାର ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

Get real time updates directly on you device, subscribe now.

Comments
Loading...