News World Odisha
Current News Updates

ଦାଦନ ସର୍ଦ୍ଦାରଙ୍କ ଜୁଲୁମ୍

0 49

ଦାଦନ ସର୍ଦ୍ଦାର ମାଡ଼ରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଦାଦନ ଶ୍ରମିକ । ପାଟଣାଗଡ଼ ପଟାମୁଣ୍ଡା ପଞ୍ଚାୟତ ଡୁମେରପଦରରୁ ଆସିଛି ଏ ଅଭିଯୋଗ । ଅଗ୍ରୀମ ଟଙ୍କା ଫେରାଇବା ଘଟଣାକୁ ନେଇ ଶ୍ରମିକ ଜଗଦୀଶ ମିର୍ଦ୍ଧାଙ୍କୁ ଦାଦନ ସର୍ଦ୍ଦାର ଭଗବାନ ବରିହା ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖ ରାତିରେ ଭଗବାନ ଜଗଦୀଶଙ୍କୁ ଉଠେଇନେବା ସହ ରାତି ସାରା ମାଡ ମାରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ୧୧ ତାରିଖ ସକାଳୁ ଅଚେତ ଅବସ୍ଥାରେ ଘରସାମନାରୁ ଜଗଦୀଶଙ୍କୁ ଉଦ୍ଧାର କରି  ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପାଟଣାଗଡ଼ ଥାନା ପୋଲିସ  ଭଗବାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।…

Get real time updates directly on you device, subscribe now.

Comments
Loading...